Thu. Jul 2nd, 2026
187 Views

ଖୋର୍ଦ୍ଧା : ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ବଢ଼ିଛି। ଗତବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୯୬୮ ଥିବା ବେଳେ ଚଳିତ ବର୍ଷ ତାହା ୧୧ ଲକ୍ଷ ୫ ହଜାର ୪୦ରେ ପହଞ୍ଚିଛି।  ଚିଲିକାର ନଳବଣରେ ସର୍ବାଧିକ ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ଥିବା ଜଣାପଡ଼ିଛି। ଏନେଇ ବାଲୁଗାଁ ଡିଏଫ୍ଓ ଆଲୋକ ରଞ୍ଜନ ହୋତା ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଚିଲିକାରେ ଏଥର ମୋଟ ୧୮୪ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ ଥିବା ବେଳେ ନଳବଣରେ ସର୍ବାଧିକ ୧୦୨ ପ୍ରଜାତି ଠାବ ହୋଇଛି।

ସୂଚନାଯୋଗ୍ୟ,  ଗତକାଲି ୧୨୦ରୁ ଅଧିକ କର୍ମଚାରୀ ୨୧ଟି ଟିମ୍‌ରେ ବିଭକ୍ତ ହୋଇ ଏହି ପକ୍ଷୀଗଣନାରେ ନିୟୋଜିତ ହୋଇଥିଲେ। ଚିଲିକା, ରମ୍ଭା, ସାତପଡ଼ା, ବାଲୁଗାଁ ଓ ଟାଙ୍ଗୀ ଏପରି ୫ଟି ରେଞ୍ଜରେ ବିଭକ୍ତ କରାଯାଇ ସର୍ଭେ କରାଯାଇଥିଲା। ପକ୍ଷୀମାନେ ଯେଭଳି ଭୟଭୀତ ନ ହୁଅନ୍ତି, ସେଥିପାଇଁ ପାଓ୍ୱାର ବୋଟ୍ ବଦଳରେ ଦେଶୀ ଡଙ୍ଗା ବ୍ୟବହାର କରାଯାଇଥିଲା। ବାଇନାକୁଲାର ଓ କ୍ୟାମେରା ସହ ଏଷ୍ଟିମେସନ ଓ ବ୍ଲକ୍ ମେଥଡ୍‌ରେ ପକ୍ଷୀ ଗଣନା କରାଯାଇଥିଲା।

By amfnews

Related Post