Fri. Aug 14th, 2026

ଚିଟଫଣ୍ଡ ଲିଙ୍କ: ଫିଲ୍ମ ଅଭିନେତ୍ରୀଙ୍କୁ ଇଡିର ସମନ୍

266 Views

କୋଲକାତା  : ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତାଙ୍କ ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତି ଥିବାର ପ୍ରମାଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଛି। ଏ ସମ୍ପର୍କରେ  ପଚରାଉଚରା କରିବା ପାଇଁ ଇଡି ରିତୁପର୍ଣ୍ଣାଙ୍କୁ ସମନ୍ କରିଥିବା ଜଣାପଡ଼ିଛି। ଦୁଇ ଦିନ ତଳେଏହି ଚିଟଫଣ୍ଡ ଲିଙ୍କରେ ବେଙ୍ଗଲ ସୁପରଷ୍ଟାର ପ୍ରସେନଜିତ୍ ଚାଟାର୍ଜିଙ୍କୁ ଇଡ଼ି ସମନ୍ କରିଥିଲା ।

ଏହି ବଙ୍ଗୀୟ ଅଭିନେତ୍ରୀ ରିତୁପର୍ଣ୍ଣାଙ୍କ ବିଦେଶ ଭ୍ରମଣ ପାଇଁ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଚେୟାରମ୍ୟାନ୍ ଗୌତମ କୁଣ୍ଡୁ ସମସ୍ତ ଖର୍ଚ୍ଚ ବହନ କରିବା ସହିତ ତାଙ୍କର ଅନେକ ଫିଲ୍ମରେ ପୁଞ୍ଜିନିବେଶ କରିଥିଲେ।

ଆସନ୍ତା ସପ୍ତାହରେ ରିତୁପର୍ଣ୍ଣାଙ୍କୁ ଇଡ଼ିରେ ହାଜର ହେବା ପାଇଁ କୁହାଯାଇଥିବା ଜଣାପଡ଼ିଛି। ଇଡି ତରଫରୁ ଏହି ବଙ୍ଗୀୟ ଅଭିନେତ୍ରୀଙ୍କୁ ଫୋନ୍ କରାଯାଇଥିଲା ହେଲେ ସେ ଫୋନ୍ ଉଠାଇନଥିଲେ ବୋଲି ଜଣାପଡ଼ିଛି।

 

By amfnews

Related Post