Fri. Oct 16th, 2026

ଚିକିତ୍ସା ଲାଗି ଡ୍ରୋନ୍‌ ସେବା: ଆରମ୍ଭ ହେଲା ପଞ୍ଜିକରଣ; ଜାଣନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କଥା

865 Views

ତେବେ, ଏହି ଡ୍ରୋନ୍‌ ଉଡ଼ାଣ ନେଇ କେତେକ କଟକଣା ମଧ୍ୟ ରହଛି। ଯେପରିକି ଡ୍ରୋନ୍‌ଟି ୫୦ ଫୁଟରୁ ଊର୍ଧ୍ୱ ଉଚ୍ଚତାରେ ଉଡ଼ିପାରିବ ନାହିଁ।

ଡ୍ରୋନ୍‌ ଚାକଳଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଦଶମ ପାସ୍‌ ହେବା ଜରୁରି। ଉଡ଼ାଇବା ପାଇଁ ଲାଇସେନ୍ସ ନିୟମ ବି ଧାର୍ଯ୍ୟ କରାଯାଇଛି। ଲାଇସେନ୍ସ ପାଇଁ ଉଡ଼ାଳିଙ୍କ ସର୍ବ ନିମ୍ନ ବୟସ ୧୮ ହେବା ଜରୁରି।

କେବଳ ସେତିକି ନୁହେଁ, ବୟସ ଓ ଶିକ୍ଷାଗତ ଯୋଗ୍ୟତା ବ୍ୟତୀତ ଡ୍ରୋନ୍‌ ଉଡ଼ାଳି ଇଂରାଜି ବି ଜାଣିଥିବା ଜରୁରୀ ବୋଲି ଜାଣିବାକୁ ମିଳିଛି।

ଡ୍ରୋନ୍‌ ଉଡ଼ାଇବା ପୂର୍ବରୁ ଉଡ଼ାଳିଙ୍କୁ ରେଜିଷ୍ଟ୍ରେସନ୍‌, ଅପରେଟର ପରମିଟ୍‌ ଏବଂ କ୍ଲିୟରାନ୍ସ ନେବା ଜରୁରି। ଏଥିପାଇଁ ଜିଡିସିଏ େଓ୍ଵବ୍‌ସାଇଟ୍‌ରେ ’ଡିଜିଟାଲ୍‌ ସ୍କାଏ’ ନାମରେ ଏକ ପ୍ଲାଟଫର୍ମ ତିଆରି କରାଯାଇଛି।

କ୍ଲିୟରାନ୍ସ ବ୍ୟତୀତ ୟୁଆଇଏନ୍‌ ଏବଂ ୟୁଏଓପି ବି ଜରୁରି। ୟୁଆଇଏନ୍‌ ପାଇଁ ୧୦୦୦ ଟଙ୍କା ଏବଂ ୟୁଏଓପି ପାଇଁ ୨୫ ହଜାର ଦେବାକୁ ହେବ। ୟୁଏଓପିର ଭାଲିଡିଟି ୫ ବର୍ଷ। ଏହା ପରେ ୧୦ ହଜାର ଦେଇ ତାହାକୁ ରିନିଉ କରାଇବାକୁ ପଡ଼ିବ।

ନାନୋ ଡ୍ରୋନ, ମାଇକ୍ରୋ ଡ୍ରୋନ, ସ୍ମଲ୍‌ ଡ୍ରୋନ୍‌, ମିଡିୟମ୍‌ ଡ୍ରୋନ୍‌, ଲାର୍ଜ ଡ୍ରୋନ୍‌ ଆଦି ଡ୍ରୋନ୍‌ର ପ୍ରକାର ସବୁ ରହିଛି।

By amfnews

Related Post