Sun. Sep 13th, 2026

ଚାଲିଛି ମହାମାୟାଙ୍କ ମହାଷ୍ଟମୀ, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରପଲ୍ଲୀ

453 Views

କଟକ, ଅକ୍ଟୋବର ୨୪ : ଆଜି ମହାମାୟାଙ୍କ ମହାଷ୍ଟମୀ। ପୂଜା ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ସାମାନ୍ୟ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା।

କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ କରାଯାଇଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା। କଟକର ବିଭିନ୍ନ ମଣ୍ଡପରେ ମାଆଙ୍କ ଅଷ୍ଟମୀ ପୂଜା କରାଯାଉଛି । କେଉଁଠି ଜରି ମେଢ଼ ତ କେଉଁଠି ମାଆଙ୍କ ଠାରେ ଲାଗି ହୋଇଛି ସୁନା ରୂପା ଅଳଙ୍କାର। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ନିରାଡମ୍ବର ଭାବେ ପୂଜା କରାଯାଉଛି। ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ପୁରୀ ସବୁଠି କରୋନା କଟକଣା ଭିତରେ ଚାଲିଛି ମାଆଙ୍କ ଆରାଧନା।

By amfnews

Related Post