Sat. Jul 4th, 2026

ଚାର୍ଜରେ ବସିଥିବା ହେଡ୍‌ଫୋନ୍‌ ଦେଇ ବାଳକ ମୃତ

331 Views

ନୂଆଦିଲ୍ଲୀ, ଡିସେମ୍ବର ୧୧ : ଚାର୍ଜରେ ବସିଥିବା ହେଡ୍‌ଫୋନ୍‌ କାନରେ ଦେଇ ମାଲେସିୟାର ଜଣେ ୧୬ ବର୍ଷିୟ ବାଳକ ବିଜୁଳି ଆଘାତ ପାଇ ମୃତ୍ୟୁ ବରଣ କରିଛି ବୋଲି ମଙ୍ଗଳବାର ଦିନ ଜଣାପଡ଼ିଛି। ସେଠାକାର ଖବରକାଗଜ ‘ନିୟୁ ଷ୍ଟ୍ରେଟ୍ସ୍‌ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ ବିୟୋଗାନ୍ତ ଘଟନାଟି ରେମ୍ବାୟୁ ଅନ୍ତର୍ଗତ ଗୈଙ୍ଗ୍‌ ବାରୁ ପେଦାସ୍‌ରେ ଘଟିଛି।

ବିଜୁଳି ଆଘାତ ଯୋଗୁଁ ବାଳକଟିର ମୃତ୍ୟୁ ଘଟିଥିବା କଥା ବ୍ୟବଚ୍ଛେଦ ପରେ ସେଠାକାର ଅଧିକାରୀମାନେ କହିଛନ୍ତି।

ଘଟନା ବିଷୟରେ ବିଶେଷ କିଛି ପ୍ରକାଶ କରାଯାଇ ନ ଥିଲେ ବି, ବାଳକଟି ଚାର୍ଜରେ ବସିଥିବା ଓ୍ଵାୟାର୍‌ଲେସ୍‌ ବ୍ଲୁଟୁଥ୍‌ ହେଡ୍‌ଫୋନ୍‌ କାନରେ ଦେଇଥିଲା ବୋଲି ମନେହେଉଛି।

ମହମଦ ଅଦିତି ମଝାର ଜହରିନ୍‌ ନାମକ ସେ ବାଳକଟି ମରିଯାଇଥିବା କଥା ତା’ର ମାଆ ଦିନ ୧୨: ୪୫ ମିନିଟ୍‌ ସମୟରେ ଜାଣିଲେ। ସକାଳେ ମାଆ କାମକୁ ବାହାରି ଯିବାବେଳେ ପୁଅ ଚଟାଣରେ ଶୋଇଥିବା କଥା ଦେଖି ଭାବିଲେ ସେ ଶୋଇଛି। କିନ୍ତୁ ଅପରାହ୍ଣରେ କାମରୁ ଫେରିବାବେଳେ ଦେଖିଲେ ସେ ସେଇଠି ସେମିତି ଶୋଇଛି। ତା’ ଦେହ ହେମାଳ ହୋଇଗଲାଣି। ଦେହରେ କେଉଁଠି କିଛି ଖଣ୍ଡିଆଖାବରା ଚିହ୍ନ ନ ଥିଲା। କେବଳ ତା’ ବାମ କାନରୁ କିଛି ରକ୍ତ ବୋହିଥିଲା।

By amfnews

Related Post