Wed. Aug 5th, 2026
218 Views

ଭୁବନେଶ୍ୱର  : ରାଜଧାନୀର ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌ରେ ଆଜି ୨ଜଣ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ସେମାନେ ହେଲେ, ମୟୂରଭଞ୍ଜ ରାଇରଙ୍ଗପୁରର ଟୁକୁ ତିର୍କି। ସେ ଖଣ୍ଡଗିରିରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ସକାଳେ ସେ ବରମୁଣ୍ଡାରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦୁଇଜଣ ଯୁବକ ତାଙ୍କ ସହ ବନ୍ଧୁତା କରି ଚା’ରେ ନିଶା ମିଶାଇ ଦେଇଥିଲେ। ସେ ଚେତାଶୂନ୍ୟ ହେବା ପରେ ତାଙ୍କଠାରୁ ମୋବାଇଲ ସହ ୩ ହଜାର ଟଙ୍କା ଓ ବ୍ୟାଗ୍‌ ନେଇ ଯାଇଥିଲେ। ସେହିଭଳି କାକଟପୁର ଫକୀରସାହିର ସେକ୍‌ କୈଫ ବ୍ରହ୍ମପୁରରୁ ବସ୍‌ରେ ଆସି ବରମୁଣ୍ଡାରେ ଓହ୍ଲାଇଥିଲେ। ସେଠାରେ କାକଟପୁର ବସ୍‌କୁ ଅପେକ୍ଷା କରିଥିବା ବେଳେ ଦୁଇଜଣ ଅନୁରୂପ ଢ଼ଙ୍ଗରେ ଚା’ରେ ନିଶା ଦେଇ ତାଙ୍କଠାରୁ ୫ ହଜାର ଟଙ୍କା ଓ ମୋବାଇଲ ନେଇଯାଇଥିଲେ। ଖଣ୍ଡଗିରି ଥାନା ପିସିଆର୍‌ ଉଭୟଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ଉଭୟ ଘଟଣାରେ ଗୋଟିଏ ଗୋଷ୍ଠୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

By amfnews

Related Post