Sun. Jul 26th, 2026

ଚାନ୍ଦବାଲି ବ୍ଲକ୍‌ର ଧାାନଖଣିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ,୧୦ଟି ପରିବାର ସର୍ବସ୍ୱାନ୍ତ

323 Views

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ଧାନଖଣିଆ ଗ୍ରାମରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ଭୂଇଁବୃତ୍ତି ପଞ୍ଚାୟତର ଧାନଖଣିଆ ଗ୍ରାମରେ ଆଜି ଦିନ ପ୍ରାୟ ୧୨ଟା ବେଳେ ନିଆଁ ଲାଗିବା ଫଳରେ ୧୦ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଫନି ବାତ୍ୟା ପରେ ଲୋକେ ନିଜର ଉଜୁଡା ଘର ସଜାଡୁଥିବା ବେଳେ ଧାନଖଣିଆ ଗ୍ରାମର ରାମଚନ୍ଦ୍ର ମାଝିଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେପରେ ଏହି ନିଆଁ ଗାଆଁର ଅନ୍ୟ ଘରକୁ ବ୍ୟାପିଥିଲା।

ଗତକାଲି ଗାଆଁକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା।ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।ଲୋକେ ଦମକଳ ବାହିନୀକୁ ଖବର ଦେବାପରେ ଏହାର କର୍ମଚାରୀମାନେ ନିଆଁ ଲିଭାଇଥିଲେ। ସେତେବେଳକୁ ସବୁ ଘର ଜଳି ପୋଡ଼ି ନଷ୍ଟ ହୋଇସାରିଥିଲା। ଏହି ଭୟାବହ ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି।ଲୋକେ ନିଜ ଘରେ ବର୍ଷକଯାକର ଅମଳ ଧାନଚାଉଳ ରଖିଥିଲେ ଯାହା ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାଯାଇଛି।

By amfnews

Related Post