Thu. Sep 3rd, 2026

ଚନ୍ଦ୍ରର ଆହୁରି ନିକଟତର ହେଲା ଲ୍ୟାଣ୍ଡର ବିକ୍ରମ୍‌

302 Views

ନୂଆଦିଲ୍ଲୀ   :  ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ୍‌। ଆଜି ଭୋରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ୍‌କୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି।

ଭୋର ୩ଟା ୪୨ ମିନିଟ୍‌ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ ଲାଗିଥିଲା। ଲ୍ୟାଣ୍ଡର ବିକ୍ରମ୍‌ ଏବେ ଚନ୍ଦ୍ର ନିକଟବର୍ତ୍ତୀ ୩୫ କିଲୋମିଟର ଓ ଦୂରତା ୧୦୧ କିଲୋମିଟର କକ୍ଷପଥରେ ପରିଭ୍ରମଣ କରୁଛି।

ଗତକାଲି ସକାଳ ୮ଟା ୫୦ ମିନିଟରେ ଡି-ବୁଷ୍ଟ ପ୍ରକ୍ରିୟାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ଇସ୍ରୋ ବୈଜ୍ଞାନିକ । ଅର୍ବିଟରଠାରୁ ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମକୁ ପ୍ରଥମ ଥର ପାଇଁ ଡି-ବୁଷ୍ଟ କରିଥିଲା ଇସ୍ରୋ  । ଅର୍ବିଟର ଓ ଲ୍ୟାଣ୍ଡର ଉଭୟଙ୍କ ଯାନ୍ତ୍ରିକ ପ୍ରକ୍ରିୟା ସାମାନ୍ୟ ରହିଛି ବୋଲି ଇସ୍ରୋ ସୂଚନା ଦେଇଛି । ତେବେ ଲ୍ୟାଣ୍ଡର ଆସନ୍ତା ୭ ତାରିଖ ୧ଟା ୫୫ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା ରଖିଛି ଇସ୍ରୋ ।

By amfnews

Related Post