Thu. Jun 11th, 2026

ଚକିତ ହେଲା ଭିଜିଲାନ୍ସ, ପ୍ରଧାନଶିକ୍ଷକଙ୍କ ସମ୍ପତି ୪ କୋଟିରୁ ଅଧିକ

455 Views

ଭୁବନେଶ୍ୱର, ଡିସେମ୍ବର ୧୭:  ବରଗଡ ଜିଲ୍ଲା ବିଜେପୁର ବ୍ଲକ ଗଇନ୍ଥାପାଲି ସ୍ଥିତ ପଂଚାୟତ ହାଇସ୍କୁଲର କୋଟିପତି ପ୍ରଧାନଶିକ୍ଷକ ।   ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଘରେ ଚଢ଼ାଉ ବେଳେ ଭିଜିଲାନ୍ସ ଅମାପ ସମ୍ପତି ର ସୂଚନା ପାଇଛନ୍ତି ।

ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ତାଙ୍କର ଗୋଟିଏ ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ଏକ ମହଲା ଘର, ୧୨ଟି ପ୍ଲଟ, ଗୋଟିଏ ଚାରି ଚକିଆ କାର, ଗୋଟିଏ ଟ୍ରାକ୍ଟର, ୨ଟି ମଟର ସାଇକେଲ, ବିଭିନ୍ନ ବ୍ୟାଙ୍କରେ ୬ ଲକ୍ଷ ୪୨ ହଜାର ଜମା ଟଙ୍କା, ବିଭିନ୍ନ ଇନସୁରାନ୍ସ ପଲିସିରେ ୨୨ ଲକ୍ଷ ୬ ହଜାର ଟଙ୍କା, ୮ ଲକ୍ଷ ୫୦ ହଜାର ଟଙ୍କାର ସୁନା ଗହଣା, ବ୍ୟାଙ୍କ ଲକରରୁ ୫ ଳକ୍ଷ ୬୪ ହଜାର ଟଙ୍କା ମୂଲ୍ୟର ଅଳଙ୍କାର , ନଗଦ ୧୯ ଲକ୍ଷ ଟଙ୍କା ଠାବ ହୋଇଛି । ଏବଂ ତାଙ୍କ ସମ୍ପତ୍ତିର ପରିମାଣ ୪ କୋଟି ୨୬ ଲକ୍ଷ ୪୪ ହଜାର ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post