Sun. Oct 4th, 2026

ଚକଲେଟ୍‌ ଦେଇ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ, ପୂର୍ବରୁ ଚାକରାଣୀ ଆଣିଥିଲେ ଅଭିଯୋଗ

253 Views

ରାୟପୁର, ଅକ୍ଟୋବର ୧୫ : ଚକଲେଟ୍‌ ଦେଇ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ମାମଲା ଲୋକଲୋଚନକୁ ଆସିଛି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଏହି ଘଟଣା ଘଟାଇଛି ଜଣେ ରେଳବାଇ କର୍ମଚାରୀ। ସନ୍ୟାସୀପଡ଼ାରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

ଛତିଶଗଡ଼ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରେଳବାଇ କର୍ମଚାରୀ ହରାଧନ ଚୌଧୁରୀ ଓରଫ ହାଡୁ(୫୮) ସନ୍ୟାସୀପଡ଼ାରେ ନିଜ ପରିବାର ସହିତ ରହୁଛି। ପଡୋଶୀ ଘରର ୬ ବର୍ଷର ଶିଶୁକନ୍ୟାକୁ ସେ ଚକଲେଟ ଦେଖାଇ ପ୍ରଲୋଭନ କରିଥିଲା। ଏହା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା। ନିଜ ଘରକୁ ଡାକି ନେଇ କବାଟ ବନ୍ଦ କରି ଦେଇଥିଲା ଓ ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ଶିଶୁକନ୍ୟା ଉଚ୍ଚପାଟି କରିବାରୁ ଆଖପାଖର ଲୋକେ ପହଞ୍ଚି ଯାଇଥିଲେ।

ସ୍ଥାନୀୟ ଲୋକେ ବନ୍ଦ କୋଠରିରୁ ନାବାଳିକାକୁ ଉଦ୍ଧାର କରି ଥାନାକୁ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଶିଶୁକୁ ମେଡିକାଲ ପରୀକ୍ଷା କରିଛି ଓ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ରେଳବାଇ କର୍ମଚାରୀ ହାଡୁ ବିରୋଧରେ ପୂର୍ବରୁ ମଧ୍ୟ ଅସଦାଚରଣ ଅଭିଯୋଗ ଆସିଥିଲା। କିଛି ବର୍ଷ ପରେ ହାଡୁର ଘରେ କାମ କରୁଥିବା ଚାକରାଣୀ ଏହି ଅଭିଯୋଗ ଆଣିଥିଲେ। ଅତୀତରେ ଚାକରାଣୀକୁ ହାଡୁ ଅସଦାଚରଣ କରିଥିଲା।

By amfnews

Related Post