Wed. Jun 10th, 2026

ଘୋଷଣାରେ ରହିଗଲା ଭିମ୍‌ସାରର ନୂଆ ଔଷଧ ଯୋଜନା, ୱାର୍ଡକୁ ଆସୁନି କି ନିରାମୟରେ ବି ମିଳୁନି

331 Views

ସମ୍ବଲପୁର : ବୁର୍ଲା ଡାକ୍ତରଖାନା କର୍ତ୍ତୃପକ୍ଷ ଗତ ୧୬ ତାରିଖରେ ବୈଠକ କରି ଉଭୟ ବହିର୍ବିଭାଗ ଓ ଅନ୍ତଃ ବିଭାଗ ରୋଗୀଙ୍କୁ ଆଉ ଔଷଧ ପାଇଁ ପ୍ରେସ୍‌କ୍ରିପ୍‌ସନ ଦେଇ ପଠାଯିବନି ବୋଲି ନିଷ୍ପତ୍ତି ନେଇଥି‌ଲେ। ଏ ସମ୍ପର୍କରେ ଭିମ୍‌ସାର ଅଧୀକ୍ଷକ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଥିଲେ। ମାତ୍ର, ଚିଠିର ୧୦ ଦିନ ବିତି ଯାଇଥିବା ସ‌ତ୍ତ୍ବେ ଔଷଧ ବଣ୍ଟନ ବ୍ୟବସ୍ଥ‌ାରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ। ଡାକ୍ତରଖାନାର ଅନ୍ତଃବିଭାଗରେ ଗୋଟିଏ ବି ଔଷଧ ପ୍ରଧାନ କରାଯାଉନଥିବା ସମୟରେ ରୋଗୀଙ୍କୁ ଚିରାଚରିତ ଢଙ୍ଗରେ ପ୍ରେସ୍‌କ୍ରିପ୍‌ସନ ଦେଇ ବାହାରକୁ ପଠାଯାଉଛି।

ସେପଟେ, ନିରାମୟ କେନ୍ଦ୍ରରେ ମଧ୍ୟ ଡାକ୍ତର ଲେଖୁଥିବା ଅର୍ଧାଧିକ ଔଷଧ ମିଳୁନଥିବା ଅଭିଯୋଗ ହୋଇଛି। ସମ୍ବଲପୁର‌ର ଜଣେ ବ୍ୟକ୍ତି ରବିବାର ଡାକ୍ତରଖାନାର ମେଡିସିନ୍‌ ୱାର୍ଡରେ ଭର୍ତ୍ତି ହୋଇଥିଲେ। ‌ତେବେ, ଡାକ୍ତର ଲେଖିଥିବା ୬ଟି ଔଷଧରୁ କୌଣସି ଗୋଟିଏ ବି ତାଙ୍କୁ ନିରାମୟ କେନ୍ଦ୍ରରେ ମିଳିପାରିନଥିଲା। ଶେଷରେ ସେ କ୍ୟାମ୍ପସରେ ଥିବା ଘରୋ‌ଇ ଔଷଧ ଦୋକାନରୁ ଔଷଧ କିଣିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ , ନିରାମୟ କେନ୍ଦ୍ରରେ ସମ୍ପୂର୍ଣ୍ଣ ଔଷଧ ମିଳିପାରୁନଥିବା ଅଭିଯୋଗରୁ ଜଣାପଡ଼ିଛି।

By amfnews

Related Post