Fri. Sep 11th, 2026

ଘାଇକୁ ଓଲଟି ପଡ଼ିଲା ସ୍କୁଲ୍‌ ବସ୍; ୯ ଶିଶୁ ମୃତ

215 Views

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପୌରିଗଢ଼ୱାଲ-ଲବଗାଁ ମଧ୍ୟରେ ଏକ ସ୍କୁଲ ବସ୍‌ଟି ଭାରସାମ୍ୟ ହରାଇ ଏକ ଘାଇକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୯ ଜଣଙ୍କ ଶିଶୁଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କିଛି  ପିଲାଙ୍କର ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏନଡିଆର୍‌ଏଫ୍‌ର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ବସ୍‌ରେ ୧୮ ଜଣ ପିଲା ଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏହି ଦୁର୍ଘଟଣା ଟେହେରି ଗଡ଼ୱାଲ ନିକଟସ୍ଥ କନସଲି ନିକଟରେ ଘଟିଛି।

By amfnews

Related Post