Thu. Jun 11th, 2026

ଘର ବାହାରେ ମହିଳାଙ୍କୁ ଗୁଳିମାଡ଼

206 Views

ଝାରସୁଗୁଡ଼ା : ଘର ବାହାରେ ଜଣେ ମହିଳାଙ୍କୁ ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା ସାରସମାଲରେ। ମୃତ ମହିଳାଙ୍କ ନାଁ କନକଲତା ରୋହିଦାସ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏ ଘଟଣା।

ସୂଚନା ଅନୁଯାୟୀ, କନକଲତା ବିଳମ୍ବିତ ରାତିରେ ଘରୁ ବାହାରୁକ ବାରିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିଲା। ଆଜି ସକାଳେ ଘରଲୋକଙ୍କ ଅଭିଯୋଗ ପାଇ ଝାରସୁଗୁଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ଜଣା ପଡ଼ିନାହିଁ।

କନକଲତାଙ୍କ ସ୍ୱାମୀ କହିଛନ୍ତି ଯେ ରାତି ପ୍ରାୟ ୨ଟା ବେଳେ ସେ ପରିସ୍ରା ଯିବା ପାଇଁ ଉଠିଥିବା ବେଳେ ତାଙ୍କୁ ଘର ବାହାରେ ମରି ପଡ଼ିଥିବା ଦେଖିଥିଲେ। ରାତିରେ ସେମାନେ ସମସ୍ତେ ଘରେ ଶୋଇଥିଲେ। କନକଲତା କେତେବେଳେ ବାହାରକୁ ଉଠି ଆସିଥିଲେ ଓ କିଏ ତାଙ୍କୁ ଗୁଳି କରିଥିଲା, ତାହା ସେ କି ପରିବାରର ଆଉ କେହି ଜାଣି ନାହାନ୍ତି। ସେମାନେ ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଣି ନଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, କନକଲତାଙ୍କର ଦୁଇ ଜଣ ଛୁଆ ଅଛନ୍ତି।

By amfnews

Related Post