Thu. Jul 2nd, 2026

ଘର ପାଖରେ କଥା ହେଉଥିବା ବେଳେ ଶୁଣ୍ଢରେ ଟେକି ନେଇ ବୃଦ୍ଧଙ୍କୁ କଚାଡି ମାରି ଦେଲା ହାତୀ

206 Views

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଗଡପଳାଶୁଣି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବୃଦ୍ଧଙ୍କ ନାମ ନାରାୟଣ ନାୟକ (୫୫)ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ ନାରାୟଣ ନାୟକ (୫୫ବର୍ଷ) ଧାନ ଫସଲକୁ ଜଗି ଘର ପାଖରେ କଥା ହେଉଥିବା ବେଳେ ଘର ପାଖ ବୁଦାରୁ ହଠାତ ହାତୀ ବାହାରି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡି ଦଳି ଦେଇଥିଲା। ଯାହାଫଳରେ ନାରାୟଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ୧୦୮ ଆମ୍ବୁଲାନ୍‌ସରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କାମାକ୍ଷାନଗର ମେଡିକାଲ ଆଣାଯାଇଥିଲେ। କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା ଓ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ବି ଅନେକ ଥର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ କଥା ସାମ୍ନାକୁ ଆସିଛି।

By amfnews

Related Post