Sat. Sep 26th, 2026

ଘର କିଣିଥିବା ଗ୍ରାହକଙ୍କୁ ସରକାରଙ୍କ ଉପହାର, ଏମିତି ଘର କିଣିଥିଲେ ଦେବାକୁ ପଡ଼ିବନି ଜିଏସ୍‌ଟି

341 Views

ନୂଆଦିଲ୍ଲୀ, ଡିସେମ୍ବର ୦୯: ଅର୍ଥ ମନ୍ତ୍ରାଳୟ ଶନିବାର କହିଛି ଯେଉଁ ରିୟଲ ଇଷ୍ଟେଟ ପରିସଂପତ୍ତି ପାଇଁ ବିକ୍ରି ସମୟରେ କାମ ଶେଷ କରିଥିବା ପ୍ରମାଣ ପତ୍ର ପାଇସାରିଛନ୍ତି, କ୍ରେତାଙ୍କୁ ଜିଏସ୍‌ଟି (ଦ୍ରବ୍ୟ ଓ ସେବା କର) ଦେବାକୁ ପଡ଼ିବ ନାହିଁ। ମାତ୍ର ନିର୍ମାଣାଧୀନ ଘର ପାଇଁ ପ୍ରମାଣ ପତ୍ର ମିଳି ନଥିଲେ, ଏଥି ପାଇଁ ଜିଏସ୍‌ଟି ଦେବାକୁ ପଡ଼ିବ। ଅର୍ଥାତ ନିର୍ମାଣାଧୀନ ଫ୍ଲାଟ ଅଥବା ଘର ବିକ୍ରି ଉପରେ ଜିଏସ୍‌ଟି ଦେବାକୁ ପଡ଼ିବ। 

ଅର୍ଥ ମନ୍ତ୍ରାଳୟ ବିଲ୍ଡରଙ୍କୁ ଜିଏସ୍‌ଟିର ହ୍ରାସ ଦରର ଲାଭ କେତ୍ରାଙ୍କୁ ଦେବା ପାଇଁ କହିଛନ୍ତି। ଏକ ବୟାନ ଜାରି କରି ଅର୍ଥ ମନ୍ତ୍ରାଳୟ କହିଛନ୍ତି, ଭବନ ଏବଂ ନିର୍ମାଣ ଶେଷ ହୋଇଥିବା ଫ୍ଲାଟ ବିକ୍ରି ଉପରେ କୌଣସି ଜିଏସ୍‌ଟି ଦେବାକୁ ପଡ଼ିବ ନାହିଁ।

ମନ୍ତ୍ରାଳୟ କହିଛି, ଜବାହରଲାଲ ନେହରୁ ରାଷ୍ଟ୍ରୀୟ ନବୀକରଣ ମିଶନ, ରାଜୀବ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ରାଜ୍ୟ ସରକାରଙ୍କ ଅନ୍ୟ ଆବାସ ପ୍ରକଳ୍ପ ଉପରେ ୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ।

By amfnews

Related Post