Fri. May 15th, 2026

ଘରେ ପହଞ୍ଚିବାରେ ୧୦ ମିନିଟ ବିଳମ୍ବ ହେବାରୁ ଫୋନ୍‌ରେ ସ୍ତ୍ରୀଙ୍କୁ ତିନ୍‌ ତଲାକ୍‌ ଦେଲେ ସ୍ୱାମୀ

235 Views

ଇଟାହ୍‌: ଠିକ୍‌ ସମୟରେ ଘରେ ନ ପହଞ୍ଚିବା କାରଣରୁ ଜଣେ ମହିଳାଙ୍କୁ ତାଙ୍କର ସ୍ୱାମୀ ଫୋନ୍‌ ଯୋଗେ ତିନ୍‌ ତଲାକ୍‌ ଦେଇଛନ୍ତି।

ପୀଡ଼ିତା କହନ୍ତି: ଅଧଘଣ୍ଟା ମଧ୍ୟରେ ଘରକୁ ଫେରି ଆସିବେ ବୋଲି ସେ ସ୍ୱାମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ନ ଆସି ପାରିବାରୁ ତଲାକ୍‌ର ସମ୍ମୁଖୀନ ହେଲେ। ଅସୁସ୍ଥ ଜେଜିମାଆଙ୍କୁ ଦେଖିବାକୁ ମୁଁ ବାପଘରକୁ ଯାଇଥିଲି। ଅଧଘଣ୍ଟା ଭିତରେ ଫେରି ଆସିବାକୁ ସ୍ୱାମୀ ମତେ କହିଥିଲେ। ମୋର ୧୦ ମିନିଟ ଡେରି ହୋଇଗଲା। ତା’ପରେ ସେ ମୋ ଭାଇଙ୍କ ଫୋନ୍‌ରେ ମୋ ପାଖକୁ ଫୋନ୍‌ କରି ତିନି ଥର ତଲାକ୍‌ ବୋଲି କହିଲେ। ଏ ଭଳି ପଦକ୍ଷେପ ଯୋଗୁଁ ମୁଁ ପୂରା ଭାଙ୍ଗି ପଡ଼ିଛି।

ବିବାହ ସମୟରେ ସେମାନଙ୍କ ଦାବି ମୁତାବକ ଯୌତୁକ ଦିଆ ଯାଇ ନ ଥିବା କାରଣରୁ ଶାଶୂଘର ଲୋକେ ତାଙ୍କୁ ମାରଧର କରୁଥିଲେ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି। ମୋ ପରିବାର ଅତି ଦରିଦ୍ର ତେଣୁ ସେମାନେ ମୋ ସ୍ୱାମୀଙ୍କ ପରିବାରକୁ କିଛି ଦେବାକୁ ସମର୍ଥ ନୁହନ୍ତି।

ଏ ମାମଲାରେ ପୀଡ଼ିତା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେ କହିଛନ୍ତି: ଏବେ ମୋତେ ନ୍ୟାୟ ଦେବା ସରକାରଙ୍କ ଦାୟିତ୍ୱ, ନଚେତ ମୁଁ ଆତ୍ମହତ୍ୟା କରିବି।

By amfnews

Related Post