Sat. Sep 12th, 2026

ଘରେ ନ ପଶୁଣୁ ମୁଣ୍ଡରେ ଚାଳ : ପ୍ରାର୍ଥୀଙ୍କୁ ବିରୋଧ, କଂଗ୍ରେସ ଅଫିସରେ ତାଲା ପକାଇଲେ

336 Views

ଝାରସୁଗୁଡା : ଝାରସୁଗୁଡା ବିଧାନସଭା ଆସନ ପାଇଁ ଆଦିବାସୀ ନେତା ମହେନ୍ଦ୍ର ନାୟକଙ୍କ ନାମ ଘୋଷଣା ପରେ କଂଗ୍ରେସରେ ଉଠିଛି ବି‌ଦ୍ରୋହର ସ୍ବର। ଦଳର କିଛି ସ୍ଥାନୀୟ କର୍ମୀ ଓ ନେତା ଏହାକୁ ବିରୋଧ କରିଛନ୍ତି। ଶନିବାର ସକାଳେ ଏହି କର୍ମୀମାନେ ମହେନ୍ଦ୍ର ନାୟକଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଦଳୀୟ ଅଫିସରେ ତାଲା ପକାଇ ଦେଇଥିଲେ। କଂଗ୍ରେସ ନେତା ଅଶୋକ ମିଶ୍ରଙ୍କ କହିବାନୁସାରେ ଦଳ ଭିତରୁ ଜଣକୁ ଟିକଟ ଦେବାକୁ ଆମେ ଅନୁରୋଧ କରିଥିଲୁ। ମାତ୍ର ଦଳର ପ୍ରାଥମିକ ସଦସ୍ୟ ନ ଥିବା ଜଣେ ଲୋକ ଯେ କି ସବୁ ଦଳରେ ଟିକେଟ ପାଇଁ ଆବେଦନ କରିଥିଲେ ତାଙ୍କୁ ଟିକେଟ ଦେବା କର୍ମୀଙ୍କୁ ହତୋତ୍ସାହିତ କରିଛି। ଅତୀତରେ କଂଗ୍ରେସ ବାହାର ଲୋକଙ୍କୁ ଏଠାରେ ଟିକଟ ଦେଇ ଯେଉଁ ଭୁଲ କରିଥିଲା, ତାର ପରିଣାମ ଏବେ ଭୋଗୁଛି। ଏହା ସତ୍ତ୍ୱେ ଏହାର ପୁନରାବୃତ୍ତି ଘଟୁଛି। ଏହା ପଛରେ ଅର୍ଥ କାରବାର ଓ ହେମାନନ୍ଦ ବିଶ୍ବାଳଙ୍କ ସମ୍ପୃକ୍ତି ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। କର୍ମୀମାନେ ହେମାନନ୍ଦ ଓ ମହେନ୍ଦ୍ରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ନିର୍ବାଚନ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ତାଲା ପଡ଼ି ରହିବ ବୋଲି କହିଥିଲେ।

ଏଭଳି ବିରୋଧ ସମ୍ପର୍କରେ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କୁ ପଚାରିବାରେ କଂଗ୍ରେସ ଏକ ବିରାଟ ଦଳ। ଏଆଇସିସି ସଭାପତି, ପିସିସି ସଭାପତିଙ୍କ ଅନୁମୋଦନ ପରେ ଟିକଟ ଆବଣ୍ଟନ କରାଯାଇଛି। ମୁଁ ଭୁବନେଶ୍ୱରରେ ଅଛି, ଝାରସୁଗୁଡା ଗଲା ପରେ ସମସ୍ତେ ବସି ଏହାର ସମାଧାନ କରାଯିବ ବୋଲି ସେ କହିଥିଲେ।

By amfnews

Related Post