Thu. Jun 11th, 2026

ଘରେ ଖାଉଥିବା ଲୋକକୁ ଉଠାଇ ଆଣି ମାରିପକାଇଲା ହାତୀ

196 Views

ଅନଗୁଳ: କଣିହାଁ ବ୍ଲକ୍‌ ଅଞ୍ଚଳର କୁଳୁମା ପଞ୍ଚାୟତ ଅନ୍ତର୍ଗତ ଓଳନ୍ଦା ଗାଁ’ରେ ଘରେ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ଗୋଟାଏ ବଣୁଆ ହାତୀ ଉଠାଇ ଆଣି ମାରି ପକାଇଛି। ଘଟଣାଟି ଶନିବାର ରାତି ପ୍ରାୟ ୮ଟା ବେଳେ ଘଟିଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ୬୦ ବର୍ଷିୟ ନବକିଶୋର ସେଠୀ।

ଗତ ସନ୍ଧ୍ୟାରେ ବଣଜଙ୍ଗଲ ଘେରା ଓଳନ୍ଦା ଗାଁ ମୁଣ୍ଡରେ ଉକ୍ତ ହାତୀଟି ଥିଲା। ତେଣୁ ଗାଁ ଲୋକେ ଭୟଭୀତ ହେବା ସହ ସତର୍କ ରହିଥିଲେ। ରାତି ପ୍ରାୟ ୮ଟା ବେଳେ ସେ ହାତୀଟି ଗାଁ ଭିତରକୁ ଚାଲିଆସି ଆଷାଢୁ ନାୟକଙ୍କ ଚାଳଘରଟିକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀମାନେ ମିଳିତଭାବେ ହାତୀଟିକୁ ଘଉଡ଼ାଇବାରୁ ସେ ରାଗିଗଲା। ସେଠାରୁ ହଟିଯାଇ ହାତୀଟି ଖାଇବସିଥିବା ନବକିଶୋରଙ୍କ ଘରେ ପଶି ତାଙ୍କୁ ପଦାକୁ ଉଠାଇ ଆଣି କଚାଡ଼ି ପକାଇବା ପରେ ଦଳି ମାରି ପକାଇଲା। ଖବର ପାଇ ଆଜି ସକାଳୁ ବନ ବିଭାଗ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post