Wed. Jul 29th, 2026

ଘରୁ ମିଳିଲା ନବବଧୂର ଝୁଲନ୍ତା ମୃତଦେହ

249 Views

ଭବାନୀପାଟଣା :  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା କର୍ଲାସୋଡ଼ା ଗାଁରେ ଘର ଭିତରୁ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୀପିକା ରଣା। ତାଙ୍କ ସ୍ୱାମୀଙ୍କ ନାଁ ଜିତେନ୍ଦ୍ର ରଣା।

ଦୀପିକାଙ୍କୁ ଶ୍ୱଶୁର ଘର ଲୋକେ ମାରି ଦେଇଛନ୍ତି ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ଓ ଏ ନେଇ ସେମାନେ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସ ଆଠ ତାରିଖରେ ଦୀପିକା ଓ ଜିତେନ୍ଦ୍ରଙ୍କ ବାହାଘର ହୋଇଥିଲା। ଦୀପିକାଙ୍କ ବାପଘର ବରଗାଁରେ। ବାହାଘର ପରେ ତାଙ୍କୁ ଶ୍ୱଶୁର ଘରେ ଯୌତୁକ ପାଇଁ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ବାପା  ଭାଗ୍ୟବାନ ରଣା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“ସେମାନେ ମୋ ଝିଅକୁ ଅଳ୍ପ ଜିନିଷ ଆଣିଛୁ ବୋଲି କହି ସବୁ ବେଳେ କଡ଼ା କଥା ଶୁଣାଉଥିଲେ। ମଝିରେ ମୁଁ ଆସି ସମସ୍ତଙ୍କୁ ବୁଝାସୁଝା କରିଥିଲି ଏବଂ ମିଳିମିଶି ରହିବାକୁ କହିଥିଲି। ମୋ ଝିଅକୁ ତା’ ଶ୍ୱଶୁର ଘର ଲୋକେ ପିଟାପିଟି କରି ମାରି ଦେଇଛନ୍ତି।”

ଏ ଘଟଣାର ତଦନ୍ତ କରୁଥିବା ପୁଲିସ୍ ଅଧିକାରୀ ସୁବାଷ ଚନ୍ଦ୍ର ମିଶ୍ର କହିଛନ୍ତି,“ ଝିଅର ବାପାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି।  ଘଟଣାର ତଦନ୍ତ କରାଯାଉଛି। ଶବବ୍ୟବଚ୍ଛେଦ ହୋଇଯାଇଛି। ରିପୋର୍ଟ ଆସିଲେ ସତ ପଦାକୁ ଆସିବ। ମୃତ ଯୁବତୀଙ୍କ ସ୍ୱାମୀକୁ ଅଟକ ରଖାଯାଇଛି।”

By amfnews

Related Post