Fri. Sep 4th, 2026
343 Views

ବାଲିଗୁଡ଼ା : ଫୁଲବାଣୀ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳରେ ଗତକାଲି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପଡ଼ିଶା ଘରର ଜଣେ ଯୁବକକୁ ପୁଲିସ୍‌ ଅଟକ ରଖି ତନାଘନା କରୁଛି । ଆଜି ନାବାଳିକାଙ୍କ ଡାକ୍ତରୀମାଇନା ହେବ।

ପୂରା ଘଟଣାଟି ଏହିପରି। ଗତକାଲି ସନ୍ଧ୍ୟାରେ ନିଜ ମା’ଙ୍କ ସହ ଘରେ ଥିଲେ ନାବାଳିକା। ଏହି ସମୟରେ ଜଣେ ପଡ଼ୋଶୀ ଯୁବକ କୌଣସି କାମରେ ତାଙ୍କୁ ବାହାରକୁ ଡାକିଲେ। ପୂର୍ବରୁ ଚିହ୍ନିଥିବାରୁ ନାବାଳିକାଜଣକ ଘର ବାହାରକୁ ପଳାଇ ଆସିଲେ। ହେଲେ ସେ ଜାଣି ନ ଥିଲେ କି ଯୁବକଜଣକ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ବାହାରକୁ ଡାକିଥିଲେ।

ସେ କିଛି ବୁଝିବା ପୂର୍ବରୁ ଯୁବକଜଣକ ତାଙ୍କ ଟେକି ନେଇ ଘର ପାଖ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ  କରିଥିଲେ। ହେଲେ ଏପରି ନର ରାକ୍ଷାସ କବଳରୁ ନିଜକୁ ବଞ୍ଚାଇବାକୁ ନାବାଳିକାଜଣକ ଅକ୍ଷମ ହେବା ପରେ ଜୋରରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି ତାଙ୍କୁ ପରିତ୍ୟକ୍ତ ଘରୁ ଊଦ୍ଧାର କରିଥିଲେ। ଅଭିଯୁକ୍ତ ଯୁବକଜଣକ ବିବାହିତ ବୋଲି ଜଣାଯାଇଛି।

By amfnews

Related Post