Thu. Sep 24th, 2026

ଘରୁ ଟାଣି ନେଇ ଝିଅକୁ ଦଳିଦେଲା ଦନ୍ତା

237 Views

କେନ୍ଦୁଝର  :  କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରି ବିଟ୍‌ର ମାଲଦା ମୁଣ୍ଡା ସାହିରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ନାବଳିକାର ମୃତ୍ୟୁ ଘଟି ଥିବା ବେଳେ ଦୁଇ ଜଣ ଶିଶୁ ଆହତ ହୋଇଛନ୍ତି। ମୃତକ ହେଲେ ସିନି ମୁଣ୍ଡା (୭)। ଆହତଦ୍ୱୟ ହେଲେ  ଗଣେଷ ମୁଣ୍ଡା ଓ ରାନି ମୁଣ୍ଡା।

ଆଜି ଭୋରରୁ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଆସି ମୁଣ୍ଡା ସାହିରେ ପଶି ଥିଲା। ମୁଣ୍ଡାସାହିର ବାଜାଇ ମୁଣ୍ଡା ତାଙ୍କ ପରିବାର ସହ ଘରେ ଶୋଇଥିଲା ବେଳେ ଦନ୍ତାଟି କାନ୍ଥ ଭାଙ୍ଗି ଘର ଭିତରେ ଶୁଣ୍ଢ ପୂରାଇଥିଲା। ହେଲେ ଘର ଭାଙ୍ଗିବା ଶଦ୍ଧ ଶୁଣି ବାଜାଇ ପରିବାର ଲୋକଙ୍କୁ ଉଠାଉ ଉଠାଉ ହାତୀଟି ୭ ବର୍ଷର ଝିଅ ସିନି ମୁଣ୍ଡାକୁ ଘରୁ ଟାଣି ନେଇ ବାହାରେ ଦଳି ମାରି ଦେଇଥିଲା ।

ଅନ୍ୟପକ୍ଷରେ ଘର କାନ୍ଥ ପଡ଼ି ପରିବାରର ଅନ୍ୟ ଦୁଇ ଶିଶୁ ଗଣେଷ ଓ ରାନି ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି।

By amfnews

Related Post