Fri. May 22nd, 2026

ଘରକୁ ଫେରିବା ଆଶାରେ ଚାଲିଲେ ୬୦୦ କିମି

250 Views

ବ୍ରହ୍ମପୁର  : ଘରକୁ ଫେରିବା ଆଶାରେ ଚାଲିଲେ ୬ ଶହ କିଲୋମିଟର। ଚାଲି ଚାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଘରକୁ ଫେରିଛନ୍ତି ଗଞ୍ଜାମ ଛତ୍ରପୁର ଅଞ୍ଚଳର ଦୁଇ  ଶ୍ରମିକ। ବିଜୟୱାଡାରେ ମିସ୍ତ୍ରୀ ଭାବେ କାମ କରୁଥିବା ଏହି ଦୁଇ ଜଣ ଶ୍ରମିକ  ଲକ୍‌ଡାଉନ୍ ପରେ କାମ ହରାଇଥିଲେ। ତେଣୁ ଘରକୁ ଫେରିବା ସ୍ଥିର କରି ଜାତୀୟ ରାଜପଥରେ ଚାଲି ଚାଲି ଆସି ପହଞ୍ଚିଛନ୍ତି। ଲଗାତାର ୬ ଦିନ ଧରି ଚାଲିବା ପରେ ଶେଷରେ ଉଭୟ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏହାପରେ ଜିଲ୍ଲା ପୁଲିସ୍ ପକ୍ଷରୁ ଉଭୟଙ୍କୁ ସହାୟତା ଦିଆଯାଇଛି। ଖାଦ୍ୟ ସାମଗ୍ରୀ ଦେବା ପରେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି।  ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ  ଘରକୁ ଯିବାକୁ ଦିଆଯିବ ବୋଲି ସୂଚନା ମିଳିଛି।

ଖାଲି ଏହି ୨ ଶ୍ରମିକ ନୁହଁନ୍ତି ଆନ୍ଧ୍ରପ୍ରଦେଶରୁ ବହୁ ଶ୍ରମିକ ମାଲବାହୀ ଟ୍ରେନ୍ ଓ ଜାତୀୟ ରାଜପଥରେ ଚାଲି ଚାଲି ଗଞ୍ଜାମକୁ ଫେରୁଛନ୍ତି। ସେମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯିବା ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇଛି।

By amfnews

Related Post