Thu. Jun 4th, 2026

ଘନେଇଲା କୁଣ୍ଢେଇଗୋଳା ସବର୍ଣ୍ଣ-ଅସବର୍ଣ୍ଣ ବିବାଦ:ସବର୍ଣ୍ଣ ମହିଳାଙ୍କ ଥାନା ଘେରାଉ, ଅନଶନ

353 Views

ରିଆମାଳ   :  ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ରଥ ଟଣାକୁ କେନ୍ଦ୍ର କରି ଗତ କିଛି ବର୍ଷ ହେଲା ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କିଛି ଅସବର୍ଣ୍ଣ ମହିଳା ଯାତ୍ରା ଦେଖି ଫେରୁଥିବା ବେଳେ କୁଣ୍ଢେଇଗୋଳା ଗ୍ରାମର କାଳିଆ ସାହୁ ଓ ରଘୁ ଦଳବେହେରା ସେମାନଙ୍କୁ ଗାଳିଗୁଲଜ କରି ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହେବାରେ ପୁଲିସ୍‌ ମାମଲା ରୁଜୁ କରିଥିଲା। ଉଭୟଙ୍କୁ ଗୁରୁବାର ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ସବର୍ଣ୍ଣ ମହିଳାମାନେ ଥାନା ଘେରାଉ କରିଥିଲେ।

କାଳିଆ ଓ ରଘୁ ନିର୍ଦ୍ଦୋଷ, ତେଣୁ ସେମାନଙ୍କୁ ଛଡ଼ା ଯାଉ ଓ ମାମଲା ପ୍ରତ୍ୟାହାର କରାଯାଉ ବୋଲି ଦାବି କରି ମହିଳାମାନେ ଅନଶନରେ ବସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମହିଳାମାନେ ଅନଶନରେ ବସିଥିବା ବେଳେ ଘଟଣାସ୍ଥଳକୁ ଏସ୍‌ପି ଓ ଉପଜିଲ୍ଲାପାଳ ଆସୁଥିବା ଥାନାଧିକାରୀ ରତ୍ନାକର ମଲ୍ଲିକ ସୂଚନା ଦେଇଛନ୍ତି।

By amfnews

Related Post