Thu. Aug 13th, 2026

ଗ୍ରହଣଖଣ୍ଡିଆ ଶିଶୁଙ୍କ ପାଇଁ ଖୁସି ଖବର : ‘ଫିଡିଂ ପ୍ଲେଟ୍‌’ ମାଧ୍ୟମରେ ମା’କ୍ଷୀର ଖାଇବ ଶିଶୁ

328 Views

କଟକ, ଡିସେମ୍ବର ୦୨ : ଗ୍ରହଣଖଣ୍ଡିଆ ଶିଶୁଙ୍କ ପାଇଁ ଖୁସି ଖବର। ଏଣିକି ଆଉ ଅ‌‌େସ୍ତ୍ରାପଚାର ପାଇଁ ୧୦ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି। ଏଣିକି ଜନ୍ମ ହେବାପରେ ମା’ କ୍ଷୀର ଖାଇପାରିବ ଶିଶୁ। ଏସ୍‌ସିବି ଶିଶୁଦନ୍ତ ରୋଗ ବିଭାଗ ପକ୍ଷରୁ ଏ ପ୍ରକାର ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ‘ଫିଡିଂ ପ୍ଲେଟ୍‌’ ତିଆରି କରାଯାଇ ଶିଶୁର ପାଟିରେ ଲଗାଯାଉଛି। ଯାଫଳରେ ଶିଶୁଟି ସ୍ବଭାବିକଭାବେ ମା’କ୍ଷୀର ଓ ଖାଦ୍ୟ ଖାଇପାରୁଛି।

କିଛିଦିନ ତଳେ ଏକ ୫ ଦିନର ନବଜାତକର ସଫଳ ‘ଫିଡିଂ ପ୍ଲେଟ୍‌’ ବ୍ୟବସ୍ଥା ଏସ୍‌ସିବିରେ କରାଯାଇଛି। ଶିଶୁର ପାଟିର ମାପ ନେଇ ସେହି ଅନୁସାରେ ଥ‌େର୍ମାପ୍ଲାଷ୍ଟିକ୍‌ ପ୍ଲେଟ୍ ତିଆରି କରାଯାଉଛି। ସେହି ପ୍ଲେଟ୍‌କୁ ଶିଶୁର ପାଟିରେ ଲଗାଯାଉଛି। ଫଳରେ ଗ୍ରହଣ ଖଣ୍ଡିଆ ଶିଶୁ ଖାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେଥିରୁ ମୁକ୍ତି ମିଳୁଛି। ମା’କ୍ଷୀରରୁ ଉକ୍ତ ଶିଶୁମାନେ ବଂଚିତ ହେଉଥିବାରୁ ଏଭଳି ଚିକିତ୍ସା ସୁବିଧା ଏସ୍‌ସିବିରେ ଆରମ୍ଭ ହୋଇଥିବା ଦନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

By amfnews

Related Post