Tue. Sep 29th, 2026

ଗୋରୁ ବୋଝେଇ ପିକ ଅପ ଭ୍ୟାନ ଓଲଟିଲା, ଡ୍ରାଇଭର, ହେଲପର ଫେରାର

333 Views

ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋରୁ ଚାଲାଣ ରାକେଟ୍ ସକ୍ରିୟ ରହିଥିବାର ଖବର ବାରମ୍ବାର ପ୍ରସାରିତ ହେଉଥିଲେ ବି ଏଥିପ୍ରତି ପ୍ରଶାସନର ନିଘା ନାହିଁ। ଆଜି ପୁଣି ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ ଓଲଟି ପଡ଼ିଥିବାର ଖବର ମିଳିଛି । ଏହା ଫଳରେ ୩୦ରୁ ଅଧିକ ଗୋରୁ ଆହତ ହୋଇଥିବା ଜଣାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି କି ଭଦ୍ରକ ଜିଲ୍ଲା ବାଟଦେଇ ଅନେକ ସମୟରେ ଗୋରୁ ବୋଝେଇ ଟ୍ରକ ଯାତାୟତ କରୁଛି।


ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅନ୍ତର୍ଗତ ଚିଙ୍ଗିଦପୁର ଛକ ନିକଟରେ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ ଓଲଟି ପଡ଼ିଛି ।ଏହା ଫଳରେ ୩୦ରୁ ଅଧିକ ଗୋରୁ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର, ହେଲପର ଆଦି ସମସ୍ତେ ଫେରାର ହୋଇଯାଇଛନ୍ତି । ଏଠାରୁ ୨୨ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏସଂପର୍କରେ ଖବର ପାଇ ଧାମନଗର ପୁଲିସ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ।

By amfnews

Related Post