Fri. May 22nd, 2026

ଗୁଳି ଫୁଟାଇ ଲୁଟିନେଲେ ସୁନା ଅଳଙ୍କାର

232 Views

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୁଣି ମାତିଲେ ଲୁଟେରା। ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତମାନେ ଏକ ଜୁଏଲାରୀ ଦୋକାନରୁ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଲୁଟେରାମାନେ ନୂଆଡିହି ରାସ୍ତାରେ ଥିବା ସରାଫ ନାମକ ଜୁଏଲାରୀ ଦୋକାନ ଭିତରକୁ ହଠାତ୍ ପ୍ରବେଶ କରି ୩ ରାଉଣ୍ଡ  ଗୁଳି ଚାଳନା କରିଥିଲେ। ଏହି ସମୟରେ ଗହଣା ଦୋକାନରେ ଜୁଏଲାରୀର ମାଲିକ ଗୌରଚନ୍ଦ୍ର ସରାଫ, ତାଙ୍କ ପତ୍ନୀ ଓ ଅନ୍ୟ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ। ଦୁର୍ବୃତ୍ତମାନେ ଗୌରଚନ୍ଦ୍ରଙ୍କୁ ଭୟଭୀତ କରାଇ ସୁନା ଗହଣା ଲୁଟି ନେବାସହ ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଗହଣାକୁ ମଧ୍ୟ ନେଇ ଯାଇଥିଲେ। ଲୁଟ୍‌ ହୋଇଥିବା ଏହି ସୁନା ଅଳଙ୍କାରର ମୂଲ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିପାରିନାହିଁ। ଦୁର୍ବୃତ୍ତମାନେ  ମୁଖା ପିନ୍ଧି ଆସିଥିଲେ ବୋଲି ଜଣାପଡ଼ିଛି। ଏହି ଦୁର୍ବୃତ୍ତମାନେ  ପୂର୍ବ ଯୋଜନା ମୁତାବକ ଏହି ଲୁଟ୍‌ କରିଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post