Sat. Sep 26th, 2026

ଗୁରୁଦିବସ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି

319 Views

ରାଉରକେଲା, ୪ା୯ : ଭାରତର ପୂର୍ବତନ ରାଷ୍ଟ୍ରପତି ମହାମହିମ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପବିତ୍ର ଜନ୍ମତିଥିରେ ଗୁରୁଦିବସ ଉତ୍ସବ ପାଳନ ନିମନ୍ତେ ଗୁରୁଦିବସ ଅଭ୍ୟର୍ଥନା ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଚଳିତ ମାସ ୫ ତାରିଖ ଦିନ ସ୍ଥାନୀୟ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ଠାରେ ସକାଳ ୧୦ଟା ବେଳେ ମହାସମାରୋହରେ ଏହା ପାଳନ କରାଯିବ । ଉତ୍ସବର ଉଦ୍ଘାଟକ ଭାବେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ) ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ମୁଖ୍ୟ ଅତିଥି ଭାବେ ଆର୍ଏସ୍ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଡ.ଉମା ଶଙ୍କର ଦାଶ, ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର, ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା, ଜିଲା ପ୍ରକଳ୍ପ ସଂଯୋଜକ ଅମୂଲ୍ୟ ପ୍ରଧାନ ପ୍ରମୁଖ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।

ସେହିପରି କାର୍ଯ୍ୟକ୍ରମରେ ବୈଦିକ ସ୍କୁଲ ଅଧ୍ୟକ୍ଷ ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ଉତ୍ସବ ଲାଠିକଟା, କୁଆଁରମୁଣ୍ଡା, ବିଶ୍ରା, ନୂଆଗାଁ ଓ ରାଉରକେଲା ମହାନଗର ନିଗମ ଅଞ୍ଚଳ ସ୍ଥିତ ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ଉଚ୍ଚପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟ ତଥା ସମସ୍ତ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ତଥା ଅଧ୍ୟାପକ, ଅଧ୍ୟାପିକାମାନେ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସବୁବର୍ଗରୁ ସଫଳ କରିବା ନିମନ୍ତେ ଗୁରୁଦିବସ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ତଥା ରଘୁନାଥପାଲୀ ବିଧାୟକ ଓ ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ନିବେଦନ କରିଛନ୍ତି ।

By amfnews

Related Post