Fri. Oct 16th, 2026

ଗୁରୁଗ୍ରାମ ଜମି ଦୁର୍ନୀତି ଅଭିଯୋଗରେ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦାଙ୍କ ରୋହତକ ଘରେ ସିବିଆଇ ଚଢ଼ାଉ

249 Views

ନୂଆଦିଲ୍ଲୀ: ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ଅଭିଯୋଗ ଯୋଗୁଁ ଶୁକ୍ରବାର ଦିନ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦାଙ୍କର ରୋହତକ ବାସଭବନ ସମେତ ହରିୟାଣା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ୩୦ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି।
୧, ୪୦୭ ଏକର ଜମି ଅଧିଗ୍ରହଣ ଏବଂ ତତ୍‌ପରେ ୯୫% ଜମି ରିଲିଜ୍‌ କରିବା ସଂକ୍ରାନ୍ତରେ ସିବିଆଇ ତଦନ୍ତ ଲାଗି ୨୦୧୭ ମସିହା ନଭେମ୍ବର ୧ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଥିଲେ।

ଅଭିଯୋଗ ଅନୁସାରେ, ହୁଦାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଯୋଗ୍ୟତା ଭିତ୍ତି ପରିବର୍ତ୍ତନ କରାଯିବା ପରେ ୪୯୬ ବର୍ଗ ମିଟର ରୁ ଆରମ୍ଭ କରି ୧୨୮୦ ବର୍ଗ ମିଟର ଯାଏଁ ଜମି ପଞ୍ଚକୁଳାର ୧୪ ଶିଳ୍ପାଞ୍ଚଳ ପ୍ଲଟ୍‌ରେ ଶାଗମାଛ ଦରରେ ଆବଣ୍ଟନ କରାଯାଇଥିଲା।

ଜମି ପାଇବା ଲାଗି ଆବେଦନ ପତ୍ର ପକାଇବାର ଶେଷ ତାରିଖ ଜାନୁଆରି ୬, ୨୦୧୨ ଥିବା ବେଳେ ଜମି ପାଇଥିବା ୧୪ ଜଣ ବ୍ୟକ୍ତି ୨୪ ଜାନୁଆରି ୨୦୧୨ରେ ଆବେଦନ କରିଥିଲେ ବୋଲି ଏଫ୍‌ଆଇଆର୍‌ରେ ଦର୍ଶା ଯାଇଥିଲା। ଏଥିଯୋଗୁଁ ୬୭ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସିବିଆଇ ସ୍ପେସାଲ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା।

By amfnews

Related Post