Fri. Oct 16th, 2026

ଗୁରୁଗ୍ରାମ କୋଠା ଭୁଶୁଡ଼ିବା ଘଟନାରେ ୭ ମୃତ; ଉଦ୍ଧାର କାର୍ଯ୍ୟ ପ୍ରତ୍ୟାହୃତ

277 Views

ଗୁରୁଗ୍ରାମ, ଜାନୁଆରୀ ୨୫ : ଗୁରୁବାର ପ୍ରତ୍ୟୁଷରେ ଭୁଶୁଡ଼ି ପଡ଼ିଥିବା ଗୋଟିଏ ୪ ତାଲାବିଶିଷ୍ଟ ନିର୍ମାଣାଧୀନ କୋଠାର ଭଗ୍ନାଂଶ ଭିତରୁ ୭ ଜଣଙ୍କ ଶବ ବାହାର କରାଯାଇଛି।ଭୋର୍‌ ୫ଟା ସମୟରେ ଗୁରୁଗ୍ରାମର ଉଲ୍ଲାଓ୍ଵାସ୍‌ ଗ୍ରାମରେ ଘଟନାଟି ଘଟିଥିଲା। ପରେ ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ସ୍‌, ଦମକଳବାହିନୀ, ଏସ୍‌ଡିଆର୍‌ଏଫ୍‌, ସିଭିଲ୍‌ ଡିଫେନ୍‌ସ୍‌, ସନ୍ଧାନୀ କୁକୁର ଦଳ ଏବଂ ସ୍ଥାନୀୟ ପୁଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରାୟ ୧୫୦ ସରିକି ଲୋକ ଉଦ୍ଧାର କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ ବୋଲି ଗୁରୁଗ୍ରାମ ଏସ୍‌ଡିଏମ୍‌ ସଞ୍ଜୀବ ସିଙ୍ଗଲେ କହିଛନ୍ତି।ଘଟନା ଘଟିବାର ପ୍ରାୟ ୨୪ ଘଣ୍ଟା ପରେ ଶୁକ୍ରବାର ସକାଳେ ଉଦ୍ଧାର ଅଭିଯାନ ପ୍ରତ୍ୟାହାର କରି ନିଆଯାଇଛି।କୋଠାର ଗ୍ରାଉଣ୍ଡ୍‌ ଏବଂ ପ୍ରଥମ ଫ୍ଲୋର୍‌ ଖାଲି ଥିଲା। ମୃତ ବ୍ୟକ୍ତିମାନେ ଦ୍ୱିତୀୟ ଓ ତୃତୀୟ ମହଲାରେ ଥିଲେ।

By amfnews

Related Post