Sun. Aug 2nd, 2026

ଗୁଣି ସନ୍ଦେହରେ ମହିଳାଙ୍କୁ ବିଷ ପିଆଇ ହତ୍ୟା, ୨ ଗିରଫ

343 Views

ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ହାଡ଼ବାହାଳି ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ଯାଆ ଓ ପୁତୁରା ବଳପୂର୍ବକ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଫୁଲ ମାଝୀ(୫୮) ହାଣ୍ଡିଆ ପିଇ ନିଶାଶକ୍ତ ଅବସ୍ଥାରେ ଥିବାବେଳେ ରବୀନ୍ଦ୍ର ଓ ତାଙ୍କ ମା’ ହୀରା ତାଙ୍କୁ ବଳପୂର୍ବକ ବିଷ (କୀଟନାଶକ) ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଫୁଲଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ରାତି ପ୍ରାୟ ୯ଟାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ରାମଚନ୍ଦ୍ରପୁର ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଯାଆ ହୀରା ମାଝୀ ଓ ପୁତୁରା ରବୀନ୍ଦ୍ର ମାଝୀଙ୍କୁ ଗିରଫ କରିଛି।

By amfnews

Related Post