Wed. Jul 8th, 2026

ଗାଁ ଦାଣ୍ଡରେ ବୀଭତ୍ସ ହତ୍ୟାକାଣ୍ଡ, ସମ୍ପତ୍ତି ପାଇଁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ପଡ଼ୋଶୀ

446 Views

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଥାନା ଅଧୀନରେ ଥିବା ବାଉଁଶିଆପଡ଼ା ମାଳିସାହି ଗ୍ରାମରେ ମଙ୍ଗଳବାର ଦିନ ରାତି ପ୍ରାୟ ୩ଟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ପଡ଼ୋଶୀଙ୍କ ସହ ସମ୍ପତ୍ତି ବିବାଦ ପାଇଁ ଉକ୍ତ ଗ୍ରାମର କ୍ଷେତ୍ରବାସୀ ମହାପାତ୍ରଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ଗାଁ ଦାଣ୍ଡରେ କ୍ଷେତ୍ରବାସୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦିଆଯାଇଛି ବୋଲି ଅଭିଯୋଗରେ କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଗତକାଲି ସନ୍ଧ୍ୟାରେ କ୍ଷେତ୍ରବାସୀ ଓ ପଡ଼ୋଶୀ ଜଗବନ୍ଧୁ ମହାପାତ୍ରଙ୍କ ମଧ୍ୟରେ ସଂପତ୍ତିକୁ ନେଇ ଝଗଡ଼ା ଲାଗିଥିଲା। କ୍ଷେତ୍ରବାସୀ ଏ ନେଇ ଇଟାମାଟି ଥାନାରେ ଏକ ଅଭିଯୋଗ ଆଣିଥିଲେ। ପୁଲିସ ଓ ସ୍ଥାନୀୟ ଭଦ୍ରଲୋକ ଯାଇ ଉଭୟ ପରିବାରକୁ ବୁଝାସୁଝା କରିଥିଲେ। ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ ପୁଣି ବିବାଦ ଉପୁଜିବାରୁ ଏଭଳି ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି। ଏହି ଘଟଣାରେ ସନ୍ଦିଗ୍ଧ ଜଗବନ୍ଧୁଙ୍କୁ ଇଟାମାଟି ପୁଲିସ ଅଟକ ରଖିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post