Sun. Oct 4th, 2026

ଗବସାହି ତାରିଣୀ ମନ୍ଦିର ହୁଣ୍ଡି ଭାଙ୍ଗି ୧. ୫ ଲକ୍ଷ ଟଙ୍କା ଚୋରି

545 Views

ଭଦ୍ରକ  :  ମଙ୍ଗଳବା ବିଳମ୍ବିତ ରାତ୍ରୀରେ ଗବସାହି କଲୋନିରେ ଥିବା ତାରିଣୀ ମନ୍ଦିରରୁ ଦୁର୍ବୃତ୍ତମାନେ ଟଙ୍କା ଚୋରି କରିଛନ୍ତି। ଏସ୍‌ପିଙ୍କ ବାସଭବନ ପଛଆଡ଼ ପ୍ରାୟ ୫୦ ମିଟର ଦୂରରେ ଅବସ୍ଥିତି ତାରିଣୀ ମନ୍ଦିରର ଲୁହା ଗ୍ରିଲ୍‌ ଏବଂ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଭିତରେ ଥିବା ହୁଣ୍ଡି ଭାଙ୍ଗି ସେମାନେ ସେଥିରେ ଥିବା ପ୍ରାୟ ୧. ୫ ଲକ୍ଷ ଟଙ୍କା ଚୋରାଇ ନେଇଥିବା କଥା କୁହାଯାଉଛି। କିନ୍ତୁ, ଚୋରମାନେ ମନ୍ଦିରରେ ଥିବା ଅଳଙ୍କାର ନେଇ ନାହାନ୍ତି। ବୁଧବାର ସକାଳୁ ସ୍ଥାନୀୟ ଲୋକେ ଦିଅଁ ଦର୍ଶନ ପାଇଁ ମନ୍ଦିରକୁ ଯିବା ବେଳେ ଏକଥା ଜଣାପଡ଼ିଥିଲା। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post