Thu. May 14th, 2026

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 53 ହଜାରରୁ ଉର୍ଦ୍ଧ୍ୱ ନୂତନ କରୋନା ରୋଗୀ ଚିହ୍ନଟ

272 Views

ନୂଆଦିଲ୍ଲୀ, ଅଗଷ୍ଟ ୧୧  :  ଭାରତରେ ଭୟଙ୍କର ଭାବେ ମାଡି ଚାଲିଛି ମହାମାରୀ କରୋନା ଭାଇରସ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 53,600 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 871 ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି । ଦେଶରେ ମହାମାରୀର ଗତି ଏଭଳି ଭାବେ ବୃଦ୍ଧି ପାଉଛି ଯେ ଗତ 24 ଦିନ ମଧ୍ୟରେ କୋଭିଡ -19 ରୋଗୀଙ୍କ ସଂଖ୍ୟା ଦେଶରେ 10 ଲକ୍ଷରୁ 22 ଲକ୍ଷକୁ ବୃଦ୍ଧି ପାଇଛି ଏବଂ ଗତ 4 ଦିନ ମଧ୍ୟରେ ଦୈନିକ 60,000 ରୁ ଅଧିକ କରୋନା ରୋଗୀ ଦେଶରେ ଚିହ୍ନଟ ହୋଇଛନ୍ତି । ଅବଶ୍ୟ, ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହା 15 ଲକ୍ଷରୁ ଅଧିକ ହୋଇଛି । ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 47,745 ଜଣ କରୋନା ଆକ୍ରାନ୍ତ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ରୋଗୀଙ୍କ ଆରୋଗ୍ୟ ହାର ପ୍ରାୟ 70 ପ୍ରତିଶତ ଥିବାବଳେ ଏବଂ ମୃତ୍ୟୁ ହାର ପ୍ରାୟ 2 ପ୍ରତିଶତ ଥିବା ଜଣାପଡିଛି ।

17 ଜୁଲାଇରେ, ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 10,03,832 ଏବଂ ମୃତ୍ୟୁ ସଂଖ୍ୟା 25,602 ଥିଲା । ଅଗଷ୍ଟ 7 ରେ, କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 20,27,074 କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 41,585 ରେ ପହଞ୍ଚିଥିଲା।

ବର୍ତ୍ତମାନ ଦେଶରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 22,68,675 କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା 45,257 କୁ ବୃଦ୍ଧି ପାଇଛି | ଏହା ବ୍ୟତୀତ 15,83,489 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

By amfnews

Related Post