Thu. May 14th, 2026

ଗତକାଲି ୨୦୬୫ ସମେତ ରାଜ୍ୟରେ ଏଯାବତ୍ ୩୮୬୫୮ଟି ନମୁନା ପରୀକ୍ଷା

210 Views

ଭୁବନେଶ୍ବର: କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ । ପ୍ରତିଦିନ ବହୁ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି ରାଜ୍ୟ ସରକାର ନିୟମିତଭାବେ ନମୁନା ପରୀକ୍ଷା ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି (ମେ ୨ ତାରିଖ) ୨୦୬୫ଟି ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ଏଯାବତ୍ ୩୮୬୫୮ଟି ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଏହି ସୂଚନା ଉପଲବ୍ଧ ହୋଇଛି।

ଏଣେ ଏବେ ରାଜ୍ୟରେ ଆଜି ସକାଳେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ଏବଂ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ ଥିବା ବେଳେ, ୫୬ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

By amfnews

Related Post