Thu. Jul 2nd, 2026

ଗଣେଶ ଭସାଣି ଉତ୍ସବ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଉଭୟ ଗୋଷ୍ଠୀର ୫ଜଣ ଲେଖାଏଁ ଆହତ

256 Views

ମୁର୍ଷୁଣ୍ଡି : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ମୁର୍ଷୁଣ୍ଢି ଗ୍ରାମରେ ଗଣେଶ ଭସାଣି ଉତ୍ସବ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାଫଳରେ ଉଭୟ ଗୋଷ୍ଠୀର ୫ଜଣ ଲେଖାଏଁ ଆହତ ହୋଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁରର ମୁର୍ଷୁଣ୍ଢି ଗ୍ରାମର ଗାନ୍ଧିପଡ଼ାର ଯୁବକଜ୍ୟୋତି ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଭସାଣିକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉକ୍ତ ଭସାଣି ପ୍ରସେସନ୍ ଗାନ୍ଧିପଡ଼ାରୁ ବାହାରି ଟିକ୍ରିପଡ଼ାରେ ପହଞ୍ଚିବା ବେଳେ କେତେକ ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା।

ଏହାପରେ ଏହା ସବର୍ଣ୍ଣ- ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ତୀବ୍ର ଗଣ୍ଡଗୋଳର ରୂପ ନେଇଥିଲା।ଏଥିରେ ଉଭୟ ଗୋଷ୍ଠୀର ୫ଜଣ ଲେଖାଏଁ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ଏସ ଆଇ ଶମ୍ଭୁଭୂଷଣ ଦେହୁରୀ ସୂଚନା ଦେଇଛନ୍ତି। ତେବେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

By amfnews

Related Post