Wed. Oct 14th, 2026

ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ଅଧିକ ଦାୟିତ୍ୱ

260 Views

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ଅଧିକ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ସବୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦେବା ନେଇ ଶ୍ରୀ ମଙ୍ଗରାଜ ନିଷ୍ପତ୍ତି ନେବେ। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଶ୍ରୀ ମଙ୍ଗରାଜ ସାମ୍ବାଦିକ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ବୟନ ନେଇ ମଧ୍ୟ ତଦାରଖ କରିବେ। ଏଣିକି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗଦେବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଶ୍ରୀ ମଙ୍ଗରାଜଙ୍କୁ ଗତ ସେପ୍ଟେମ୍ବରରେ ରାଜ୍ୟ ସରକାର ଗଣମାଧ୍ୟମ ଲୋକସମ୍ପର୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି।

By amfnews

Related Post