Fri. Apr 24th, 2026

ଗଣମାଧ୍ୟମକୁ ନକ୍ସଲଙ୍କ ଟାର୍ଗେଟ, ଓଡିଆ କ୍ୟାମେରାମ୍ୟାନ ମୃତ, ୨ ଯବାନ ସହିଦ

204 Views

ନୂଆଦିଲ୍ଲୀ, ଅକ୍ଟୋବର ୩୦: ଶେଷରେ ଗଣମାଧ୍ୟମକୁ ଟାର୍ଗେଟ୍ କଲେ ନକ୍ସଲ ।  ଛତିଶଗଡର ଦନ୍ତେୱାଡରେ ନକ୍ସଲମାନେ ନିର୍ବାଚନ ପାଇଁ ଖବର ସଂଗ୍ରହ ପାଇଁ ଯାଇଥିବା ଦୂରଦର୍ଶନ ଟିମ ଉପରେ ସେମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ କ୍ୟାମେରାମ୍ୟାନ୍ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଆଜି ଦୁରଦର୍ଶନର ଏକ ଟିମ୍ ଛତିଶଗଡ ଜିଲ୍ଲା ଦାନ୍ତେୱାଡା ଆରନପୁରକୁ ନିର୍ବାଚନ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ସେହି ସମୟରେ ନକ୍ସଲମାନେ ଟିମ୍ ଉପରେ ଆକ୍ରମଣ କରିଥିଲେ ।  ଏହି ଆକ୍ରମଣରେ ଜଣେ କ୍ୟାମେରାମ୍ୟାନ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ସହିଦ ହୋଇଥିବା କୁହାଯାଉଛି ।

ମୃତ କ୍ୟାମେରାମ୍ୟାନ୍ ଜଣେ ଓଡିଆ ହୋଇଥିବା ଜଣାପଡିଛି । ତାଙ୍କ ନାମ ଅଚ୍ୟୁତାନନ୍ଦ ସାହୁ ହୋଇଥିବାବେଳେ ସେ ବଲାଙ୍ଗିର ଜିଲ୍ଲାର ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଏହା ପୂର୍ବରୁ ତିନି ଦିନ ତଳେ ହୋଇଥିବା ଆକ୍ରମଣରେ ୪ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଆଜିର ଘଟଣାକୁ ରାଜ୍ୟ ସରକାର ନିନ୍ଦା କରିଛନ୍ତି ।

ଏହି ମାମଲାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବଦ୍ଧର୍ନ ସିଂହ ରାଠୌର କହିଛନ୍ତି କି, ସେ କ୍ୟାମେରମ୍ୟାନଙ୍କ ପରିବାର ସହ ଅଛନ୍ତି। ସେ ତାଙ୍କ ପରିବାରର ଦାୟିତ୍ବ ନେବେ। ଯେଉଁ ସାମ୍ବାଦିକମାନେ ନିଜ ଜୀବନ ଉପରେ ବିପଦ ଥାଇ ମଧ୍ୟ ବିପଦପୂର୍ଣ୍ଣ ସ୍ତାନକୁ ଯାଇ ଖବର ସଂଗ୍ରହ କରୁଛନ୍ତି ତାଙ୍କୁ ପ୍ରଣାମ। କ୍ୟାମେରମ୍ୟାନଙ୍କ ସାହାସିକତାକୁ ମନେ ପକାଯିବ ବୋଲି ସେ କହିଛନ୍ତି।

By amfnews

Related Post