Sat. Aug 15th, 2026

ଗଛରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌

244 Views

ବୌଦ୍ଧ  : ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‘ଚକାଡ଼ୋଳା’ ନାମକ ଏହି ଘରୋଇ ବସ୍‌ଟି ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଯାଇଥିଲା। ଗଛରେ ପିଟି ହେବା ପରେ ବସ୍‌ଟି ଓଲଟି ପଡ଼ିଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

By amfnews

Related Post