Fri. May 22nd, 2026

ଗଗନଯାନ ପରୀକ୍ଷା ବେଳେ ପ୍ରାଣୀ ନୁହେଁ ରୋବୋଟ୍‌ ମାନବ ବ୍ୟବହାର କରିବ ଇସ୍ରୋ

308 Views

ବେଙ୍ଗାଲୁରୁ, ଜାନୁଆରୀ ୧୮  : ଗଗନଯାନ ପ୍ରକଳ୍ପର ସିଷ୍ଟମ୍‌ ପରୀକ୍ଷା ନିମନ୍ତେ ଭାରତ ଜୀବଜନ୍ତୁ ବ୍ୟବହାର କରିବ ନାହିଁ। ୨୦୨୨ ସୁଦ୍ଧା ମାନବ ପ୍ରେରଣ କରିବା ପୂର୍ବରୁ ମହାଶୂନ୍ୟରେ କରାଯିବାକୁ ଥିବା ଦୁଇଟି ପରୀକ୍ଷା ନିମନ୍ତେ ଇସ୍ରୋ ମାନବ ଭଳି ଆଚରଣ କରୁଥିବା ରୋବୋଟ୍‌ ବା ଯନ୍ତ୍ରମାନବ ବ୍ୟବହାର କରିବ।

ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି: ରୋବୋଟ୍‌ ମାନବ ପ୍ରାୟ ପ୍ରସ୍ତୁତ। ମାନବ ପ୍ରେରଣ କରି ସେମାନଙ୍କୁ ନିରାପଦରେ ଫେରାଇ ଆଣିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ବ୍ୟାପକ ଭାବେ ନ ହେଲେ ବି, ଜଣେ ମଣିଷ ଯାହା କରି ପାରେ ଆମ ରୋବୋଟ୍‌ ତାହା କରି ପାରିବ। ପ୍ରଥମ ଯାନଟି ଖାଲି ନ ଯାଉ ବୋଲି ଆମର ଇଚ୍ଛା।

ଡାକ୍ତରୀ ଯନ୍ତ୍ରପାତି ଠାରୁ ଆରମ୍ଭ କରି ମାଇକ୍ରୋବାୟୋଲୋଜି ଯାଏଁ ୧୦ଟି କ୍ଷେତ୍ରରେ ଇସ୍ରୋ ପରୀକ୍ଷଣ କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ଏଥିପାଇଁ ଇସ୍ରୋ ଗବେଷଣା ପ୍ରତିଷ୍ଠାନଗୁଡ଼ିକରୁ ୪୦ଟି ପ୍ରସ୍ତାବ ପାଇଛି। ସେଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ମୂଲ୍ୟାୟନ କରାଯାଇ ଚୂଡ଼ାନ୍ତ ଚୟନ କରାଯିବ। ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ୧୦, ୦୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି।

By amfnews

Related Post