Wed. Jul 22nd, 2026

ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ

227 Views

ଭୁବନେଶ୍ୱର : ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ବାଲେଶ୍ୱରସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡିବା ପରେ ଖୋର୍ଦ୍ଧା ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର ସଜାଡିବା ପାଇଁ ୧୫୦ରୁ ଅଧିକ ରେଲୱେ କର୍ମଚାରୀ ଓ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ।ହୋଇଛି।  ରାତି ପ୍ରାୟ ୧୧ଟା ପରେ ଉଭୟ ଅପ୍ ଓ ଡାଉନ୍ ରୁଟରେ ଟ୍ରେନ ଚଳାଚଳ କରିଥିଲା।

ସୂଚନାଯୋଗ୍ୟ ଯେ, ଗତକାଲି ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ବିମ୍‌ ଖସି ପଡ଼ିବା ଫଳରେ ଏହାର  ମରାମତି କାମରେ ଖଡଗପୁରରୁ ୩ଟି ଓ ବାଲେଶ୍ୱର ୨ଟି ଟାୱାର କାର୍‌ ନିୟୋଜିତ କରାଯାଇଥିଲା । । ଏହାର ପ୍ରଭାବରେ ଖୋର୍ଦ୍ଧା-ଖଡ଼ଗପୁର ରୁଟ୍‌ରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରେଳ ଚଳାଚଳ ବନ୍ଦ ରହିଥିଲା । ଫଳରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ବିଭିନ୍ନ ଟ୍ରେନ୍‌ରେ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀ ।

ଏଥିଯୋଗୁ କିନ୍ତୁ  କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି । ଦୁର୍ଘଟଣା ପାଇଁ ଖୋର୍ଦ୍ଧା-ଖଡ଼ଗପୁର ରୁଟ୍‌ରେ ରେଳ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା ।

By amfnews

Related Post