Wed. Sep 23rd, 2026

ଖୁବ ଶୀଘ୍ର କଟକ, ଭୁବନେଶ୍ୱର ଓ ପୁରୀ ଦେଇ ଚାଲିବ ବିଦ୍ୟୁତ ଚାଳିତ ବସ୍‌

293 Views

ଭୁବନେଶ୍ୱର  : ଖୁବ୍‌ ଶୀଘ୍ର କଟକ,  ଭୁବନେଶ୍ୱର ଓ ପୁରୀ ଦେଇ ବିଦ୍ୟୁତ  ଚାଳିତ ବସ୍‌ ଚଳାଚଳ କରିବ ବୋଲି ଶନିବାର ବିଧାନସଭାରେ ଘୋଷଣା କରିଛନ୍ତି  ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

ସହରରେ ଦିନକୁ ଦିନ ବାୟୁ ପ୍ରଦୂଷଣସ୍ତର ବୃଦ୍ଧି ପାଇବାକୁ ଲାଗିଛି। ଏହି ସମସ୍ୟାକୁ  ଦେଖି ରାଜ୍ୟ ସରକାର ସହର ରାସ୍ତାରେ ବିଦ୍ୟୁତ ଚାଳିତ ବସ ଚଳାଚଳ ପାଇଁ ଯୋଜନା କରୁଛନ୍ତି। ସୂଚନା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଶନିବାର ବିଧାନସଭାରେ ତିନିଟି ସହରରେ ବିଦ୍ୟୁତ ବସ୍‌  ଚଳାଚଳ କଥା ଆଲୋଚନା କରିଛନ୍ତି। ଏ ନେଇ ଖୁବ୍‌ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି  ବି ପ୍ରସ୍ତାବ ରହିଛି।

ଏହି  ବିଦ୍ୟୁତ ବସ୍‌ ଭୁବନେଶ୍ୱର, କଟକ ଓ ପୁରୀ ଆଦି ସହର ଦେଇ ୧୦୦କିମି ପରିସରରେ ଚାଲିବ। ଏହି ସ୍ୱତନ୍ତ୍ର ଯୋଜନା ପାଇଁ ପ୍ରସ୍ତାବ ଦେଇଥିବା ସମସ୍ତ ସଂସ୍ଥାକୁ ଆମନ୍ତ୍ରଣ ଦିଆଯାଇଛି। ଏହି  ଯୋଜନା ପରିବେଶ ପ୍ରଦୂଷଣକୁ ରୋକିବା ସହିତ ପ୍ରଦୂଷଣ ମୁକ୍ତ ପରିବହନ ବ୍ୟବସ୍ଥା ଉପଲବ୍ଧ କରାଇବ।

By amfnews

Related Post