Sun. Aug 23rd, 2026

ଖଡଗପୁର ନିକଟରେ ଧଉଳି ଏକ୍ସପ୍ରେସ ର ବଗି ଲାଇନଚ୍ୟୁତ

373 Views

ଭୁବନେଶ୍ୱର, ୧୩/୧୧: ହାଓଡ଼ାରୁ ପୁରୀ ଆସୁଥିବା ଧଉଳି ଏକ୍ସପ୍ରେସ ଖଡ଼ଗପୁର ଡିଭିଜନର ଭୋଗପୁର- ପାଂସକୁରା ନିକଟରେ ଲାଇନ୍‌ଚ୍ୟୁତ ହୋଇଛିି। ଧଉଳି ଏକ୍ସପ୍ରେସର ବି-୩ ଚେୟାର କାର କୋଚ୍‌ଟି କେବଳ ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଅପରପକ୍ଷେ କାସଂକୁରା ନିକଟରେ ବି-୩ର ଯାତ୍ରୀମାନଙ୍କୁ ଅନ୍ୟ ବଗିରେ ଆଡଜଷ୍ଟ କରାଯିବା ସହିତ ଏହି ବଗିଟିକୁ ଛାଡ଼ି ଅନ୍ୟ ସମସ୍ତ ବଗି ପୁରୀ ଅଭିମୁଖେ ଆସିବାର ବ୍ୟବସ୍ଥା କରାଯାଉଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋରରୁ ହାଓଡ଼ା ଛାଡ଼ିଥିବା ୧୨୮୨୧ ନମ୍ବର ବିଶିଷ୍ଟ ଧଉଳି ଏକ୍ସପ୍ରେସ ଖଡ଼ଗପୁର ଡିଭିଜନ୍‌ର ଭୋଗପୁର- ପାଂସକୁରା ଦେଇ ଅତିକ୍ରମ କରୁଥିବା ବେଳେ ଇଞ୍ଜନ ଠାରୁ ୬ଟି ବଗି ଦୂରରେ ଥିବା ବି-୩ କୋଚ୍‌ଟି ଲାଇନଚ୍ୟୁତ ହୋଇଥିଲା। ଫଳରେ ସେହିଠାରେ ଟ୍ରେନ୍‌ ଅଟକି ଯାଇଥିଲା। ଏଥିରେ କହି ଆହତ ହୋଇ ନ ଥିବା ବେଳେ ରେଳବାଇ ପକ୍ଷରୁ ରିଲିଫ୍‌ ଟ୍ରେନକୁ ଘଟଣାସ୍ଥଳକୁ ପଠାଯାଇଛି। ନିଜେ ଡିଆରଏମ ବିଏସ ମିଶ୍ର କଣ୍ଟ୍ରେଲ ରୁମ୍‌ରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି।

ଯାତ୍ରୀୀମାନଙ୍କୁ ପାଂସକୁରା ଠାରେ ଜଳଖିଆ ଦିଆଯିବା ସହିତ ସେମାନେ ଯେପରି ସୁରକ୍ଷିତ ଭାବେ ପୁରୀ ଆସିପାରିବେ ତାର ବ୍ୟବସ୍ଥା କରାଯାଉଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଯାତ୍ରୀମାନଙ୍କ ପାଇଁ ଖୋର୍ଦ୍ଧା ରୋଡ୍‌ ଡିଭିଜନ ପକ୍ଷରୁ ହେଲ୍ପଲାଇନ୍‌ ଜାରି କରାଯାଇଛି। ଲୋକେ ରେଳବାଇ ପକ୍ଷରୁ ଜାରି ହେଲ୍ପଲାଇନ୍‌ ନମ୍ବର ୦୬୭୪-୨୪୯୦୬୭୬ ଓ ୮୪୫୫୮୮୭୯୯୯ ରେ ଯୋଗାଯୋଗ କରି ପାରିବେ ବେଲି ରେଳବାଇ ପକ୍ଷରୁ କୁହାଯାଇଛି।

By amfnews

Related Post