Thu. Oct 15th, 2026

ଖଟରେ ବୁହା ହେଲେ ପ୍ରସୂତି

226 Views

ମାଲକାନଗିରି  :  ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତା ଖଣ୍ଡିଏ ନଥିବାରୁ ମାଥିଲି ବ୍ଲକ୍‌ ବେଙ୍ଗପାଣି ଗାଁର ଜଣେ ପ୍ରସୂତିଙ୍କୁ ଦେଢ଼ କିଲୋମିଟିର ଖଟରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିବାକୁ ପଡ଼ିଥିଲା। ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ଗତକାଲି ସୁରିଆ ପାଙ୍ଗି ନାମକ ଏହି ପ୍ରସୂତି ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ନଥିବାରୁ ବେଙ୍ଗପାଣି ଗାଁରେ ଆମ୍ୱୁଲାନ୍ସ ପହଞ୍ଚି ପାରି ନଥିଲା। ବାଡ଼ନିଗୁଡ଼ାରେ ଆମ୍ୱୁଲାନ୍ସଟି ଅଟକି ରହିଥିଲା। ପରିବାର ଲୋକେ ଓ ଆମ୍ୱୁଲାନ୍ସ କର୍ମଚାରୀମାନେ ପ୍ରସୂତିଙ୍କୁ ବାଡ଼ନିଗୁଡ଼ା ପର୍ଯ୍ୟନ୍ତ ଏକ ଖଟରେ ବୋହି  ଆଣିଥିଲେ ଓ ତା’ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣିଥିଲେ।

By amfnews

Related Post