Sat. Oct 3rd, 2026

କ୍ୱାରେଣ୍ଟାଇନ ହୋମରେ ଥିବା ଯୁବକଙ୍କ ମୃତ୍ୟୁ

450 Views

ଭଦ୍ରକ: ଭଦ୍ରକ  ଜିଲ୍ଲାର ରାନ୍ଦିଆସ୍ଥିତ କ୍ୱାରେଣ୍ଟାଇନ ହୋମରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ନାମ ଜ୍ଞାନ ରଞ୍ଜନ ନାୟକ ବୋଲି ଜଣାଯାଇଛି। ତାଙ୍କର ଘର ଝାଡ଼ଖଣ୍ଡରେ ଏବଂ ବୟସ ୩୩ ବର୍ଷ ବୋଲି କୁହାଯାଉଛି।

ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସର ତଦନ୍ତ ଜାରି ଥିବାର ସୂଚନା ମିଳିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଜ୍ଞାନ ରଞ୍ଜନ ନାୟକ ଗତ ୨୫ ତାରିଖରୁ କ୍ୱାରେଣ୍ଟାଇନରେ ଥିଲେ ।

By amfnews

Related Post