Mon. Oct 5th, 2026

କ୍ୟାମେରା ବୁଲିବା ପରେ ରବିବାର ଖୋଲିଲା ଆରଟିଓ କାର୍ଯ୍ୟାଳୟ

249 Views

ରାଉରକେଲା  :  ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। ହେଲେ ଲୋକଙ୍କ ବାକି ଥିବା  ଲାଇସେନସ, ଆରସି ସହ ଅନ୍ୟ ଡକ୍ୟୁମେଣ୍ଟ ସଂଗ୍ରହ ପାଇଁ ଆରଟିଓ ଅଫିସରେ ନାହିଁ ନଥିବା ଭିଡ଼ ଜମୁଛି। ତେଣୁ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ୩ ମାସ ପାଇଁ କୋହଳ ହେବା ପରେ ଛୁଟି ଦିନରେ ବି ପରିବହନ ବିଭାଗ ଅଫିସ ଖୋଲା ରହିବାକୁ ସରକାର ନିଷ୍ପତ୍ତି ନେଇଥିଲେ।

ହେଲେ  ଆଜି ରାଉରକେଲା ଆରଟିଓ ଅଫିସ୍‌ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ନଥିଲା। ସେଠାରେ କିଛି ଗଣମାଧ୍ୟମର କ୍ୟାମେରା ବୁଲିବା ପରେ କିଛି କର୍ମଚାରୀ ତରବରିଆ ଆସି  କାର୍ଯ୍ୟାଳୟ ଖୋଲିଥିଲେ। ତେବେ ୧୧ଟା ୨୦ ପର୍ଯ୍ୟନ୍ତ ଅଫିସ୍‌ର କର୍ମଚାରୀ ନଥିଲେ। ପରେ ଖବର ପାଇ ଭାରପ୍ରାପ୍ତ ଆରଟିଓ ତଥା ପାନପୋଷ ଉପଜିଲ୍ଲାପାଳ଼ ବିଶ୍ୱଜିତ ମହାପାତ୍ର କାର୍ଯ୍ୟାଳୟରେ ପହଞ୍ଚି  ଘଟଣାର ତଦାରଖ କରିଥିଲେ। ଏଥିସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

 

By amfnews

Related Post