Wed. Sep 9th, 2026

କ୍ଲିନିକ୍‌ର ନାବାଳିକା କମ୍ପାଉଣ୍ଡର୍‌ ସହ ଦୁଷ୍କର୍ମ କରି ଡାକ୍ତର ଗିରଫ, ଔଷଧ ଦୋକାନୀ ଫେରାର

258 Views

ମୁମ୍ବାଇ, ଡିସେମ୍ବର ୨୭ : କଲ୍ୟାଣ ଠାରେ ଗୋଟିଏ କ୍ଲିନିକ୍‌ରେ କାମ କରୁଥିବା ଜଣେ ନାବାଳିକା ଗତ କେତେ ମାସ ହେବ ଜଣେ ଡାକ୍ତର ଏବଂ ଜଣେ ଔଷଧ ଦୋକାନୀଙ୍କ ଦୁଷ୍କର୍ମର ସରବ୍ୟ ହୋଇଥିବା କଥା ଅଭିଯୋଗ ହେଉଛି।

କ୍ଲିନିକ୍‌ ମାଲିକ ତଥା ଡାକ୍ତର ହେଉଛନ୍ତି ତାଜ୍‌ ଅନସାରି ଏବଂ ତାଙ୍କ କ୍ଲିନିକ୍‌ ପାଖରେ ଔଷଧ ଦୋକାନ ଖୋଲିଥିବା ବ୍ୟକ୍ତିଜଣକ ହେଉଛନ୍ତି ଦିଲଶାଦ ଶେଖ୍‌।

ପୁଲିସ କହେ, ପୀଡ଼ିତା ଡାକ୍ତର ଅନ୍‌ସାରୀଙ୍କ କ୍ଲିନିକ୍‌ରେ କମ୍ପାଉଣ୍ଡର୍‌ ଏବଂ ଆଟେଣ୍ଡାଣ୍ଟ୍‌ ଭାବେ କାମ କରୁଥିଲେ। ଡାକ୍ତରଙ୍କ ଯୌନ ଲାଳସାକୁ ସେ ବିରୋଧ କରିଥିଲେ ବି ସେ ତାଙ୍କୁ ଚାକିରିରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ। ଗରିବ ପରିବାର ପାଇଁ ନାବାଳିକାଜଣକ ଥିଲେ ଏକମାତ୍ର ରୋଜଗାରିଆ।

ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବଦନାମ କରିଦେବେ ବୋଲି ଡାକ୍ତର ଧମକ ଦେବାରୁ ପରିବାର ପ୍ରତି ଲୋକ ଲଜ୍ଜା କଥା ଭାବି ସେ ପ୍ରତିବାଦ କରିବାକୁ ସାହସ କରି ପାରି ନ ଥିଲେ।

କ୍ରମେ ଔଷଧ ବିକ୍ରେତା ଦିଲଶାଦ୍‌ ଶେଖ୍‌ ମଧ୍ୟ ପୀଡ଼ିତାର ଦୁର୍ଦ୍ଦଶା କଥା ଜାଣି ପାରିଲା। କୌଣସି ମତେ ସେ ପୀଡ଼ିତା ସହ ଦୁଷ୍କର୍ମ କରାଯାଉଥିବା ଦୃଶ୍ୟର ଭିଡିଓ ଉତ୍ତୋଳନ କରି ପକାଇଥିଲେ। ପରେ ସେ ଭିଡିଓ ପୀଡ଼ିତାଙ୍କୁ ଦେଖାଇବାକୁ ସେ ଭାଙ୍ଗିପଡ଼ିଥିଲେ।

ଏହି ଭିଡିଓକୁ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ସେୟାର୍‌ କରିବେ ବୋଲି ଧମକାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଶେଷକୁ ପୀଡ଼ିତା ଏସବୁ ପ୍ରସଙ୍ଗ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ କୋଲ୍‌ସେଓ୍ଵାଡ଼ି ଥାନାରେ ପହଞ୍ଚିଥିଲେ।

ଦୁଷ୍କର୍ମ ମାମଲା ରେଜିଷ୍ଟ୍ରି କରାଯାଇ ଡାକ୍ତର ଓ ଔଷଧ ଦୋକାନୀଙ୍କୁ ପୋକ୍‌ସୋ ଆଇନ୍‌ରେ ବୁକ୍‌ କରାଯାଇଥିଲା।

ଏବେ ଅନସରୀଙ୍କୁ ଗିରଫ କରାଯାଇ ପଚରା ଉଚୁରା କରାଯାଉଛି। ଔଷଧ ଦୋକାନୀ ଫେରାର ହୋଇ ଯାଇଛି।

By amfnews

Related Post