Fri. Oct 16th, 2026

କ୍ଲିନିକ୍‌ରେ ପଶି ଗୁଳିମାଡ଼ ଘଟଣା: ଔଷଧ ଦୋକାନୀ ମୃତ

271 Views

ଖୋର୍ଦ୍ଧା : ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକ୍‌ରେ ହୋଇଥିବା ଗୁଳିମାଡ଼ ଘଟଣାରେ ଗୁରୁତର ହୋଇଥିବା ଔଷଧ ଦୋକାନୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ସାହୁ। ଏହି ଗୁଳିମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ  ଡାକ୍ତର ଡାକ୍ତର ମାନସ ଦାସଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାବେଳେ ଡାକ୍ତର ମାନସ ଦାସ କ୍ଲିନିକ୍‌ରେ ବସିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲା। ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା। ଗୁଳି ଶବ୍ଦ ଶୁଣି କୃଷ୍ଣଚନ୍ଦ୍ର ନିଜ ଦୋକାନରୁ ଦୌଡ଼ି ଆସିବାରୁ ଦୁର୍ବୃତ୍ତ ତାଙ୍କ ଉପରକୁ ବି ଗୁଳି ଚଳାଇଥିଲା। ତାଙ୍କ ପେଟରେ ଗୁଳି ବାଜିଥିଲା। ଆଉ ଦୁର୍ବୃତ୍ତ ଜଣକ ବାଇକ୍‌ରେ ଚମ୍ପଟ ମାରିଥିଲା।

ଚିକିତ୍ସା ନିମନ୍ତେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାଲି ରାତିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍‌ ଘଟଣାର ଖୋଳତାଡ଼ କରୁଥିଲେ ମଧ୍ୟ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ପାଇ ନାହିଁ।

By amfnews

Related Post