Sun. Sep 6th, 2026

କୋହଳ ହେଲା କଟକଣା,ଖୋଲିବ ଢାବା, ଗାଡ଼ି ମରାମତି ଦୋକାନ

270 Views

ଭୁବନେଶ୍ୱର :  ଦୀର୍ଘ  ଦିନ  ହେବ  ସମଗ୍ର  ରାଜ୍ୟରେ ଲାଗୁ  ହୋଇଥିବା ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। ଗତ ୨୦ତାରିଖରୁ  କିଛି  କ୍ଷେତ୍ରରେ ଏହି  କଟକଣା କୋହଳ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି ହୋଇଛି। ହେଲେ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ପୂର୍ବ ପରି କଟକଣା ବଳବତ୍ତର ରହିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ, ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବ।   ଏ ନେଇ ସବୁ ଜିଲ୍ଲାପାଳ, ସିପି ଓମ୍ୟୁନିସିପାଲ କମିଶନରଙ୍କୁ ଏସ୍‌ଆରସିଙ୍କ ପକ୍ଷରୁ ଚିଠି କରାଯାଇଛି ।

ଏହି ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇକାର୍ଡ ଗ୍ରହଣଯୋଗ୍ୟ। ଡକ୍ୟୁମେଣ୍ଟ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ।  ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଚାଲି ଚାଲି ବା ସାଇକେଲରେ ଯାଇ ପାରିବେ ।

କମ୍ପାନୀ କର୍ତ୍ତୃପକ୍ଷ ପାସେଞ୍ଜର ଗାଡିରେ ୪୦% ସିଟରେ  କର୍ମଚାରୀଙ୍କୁ ନେଇପାରିବେ । କିନ୍ତୁ ପାସେଞ୍ଜର ଗାଡ଼ି ରାସ୍ତା ମଝିରେ ପାସେଞ୍ଜର ଉଠାଇ ପାରିବେ ନାହିଁ । ପାସେଞ୍ଜର ଗାଡ଼ି ଚଳାଚଳ ପାଇଁ ଜିଲ୍ଲାପାଳ/ସିପି/ଆରଟିଓଙ୍କ ଅନୁମତି ଆବଶ୍ୟକ ପଡିବ।

ରାଜପଥ କଡ଼ରେ ଢ଼ାବା ଖୋଲା ରହିବ। କିନ୍ତୁ କେବଳ ପାର୍ସଲ ବ୍ୟବସ୍ଥା ରହିବ । ସେହିଭଳି ନନ୍-ହଟସ୍ପଟ ଜିଲ୍ଲାରେ ଗାଡ଼ି ମରାମତି, ବ୍ୟାଟେରୀ, ସ୍ପେୟାର ପାର୍ଟ ଦୋକାନ ଖୋଲିବ। ତେବେ କେତେ ସଂଖ୍ୟାରେ ଦୋକନ ଖୋଲିବ, କେତେ ସମୟ ଖୋଲିବ ତାହା ପ୍ରଶାସନ ସ୍ଥିର କରିବ । କଣ୍ଟେନମେଣ୍ଟ ଜୋନ ପାଇଁ ଏହି କୋହଳ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି ।

By amfnews

Related Post