Sun. Sep 27th, 2026

କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ସଜ୍ଜନ ଶର୍ମା କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ

317 Views

ନୂଆଦିଲ୍ଲୀ, ଡିସେମ୍ବର ୧୮ :ବରିଷ୍ଠ କଂଗ୍ରେସ ନେତା ତଥା ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ଶିଖ୍‌ ବିରୋଧୀ ଦଙ୍ଗାର ମହାନାୟକ ଭାବେ ଅଭିଯୁକ୍ତ ସଜ୍ଜନ କୁମାର ଆଜି କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି। ସଜ୍ଜନ କୁମାର ଆଜି କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ତାଙ୍କ ବିରୋଧରେ ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସେ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଉଛନ୍ତି ଓ ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଉ। ଦିଲ୍ଲୀ ହାଇକୋର୍ଟ ସଜ୍ଜନ ଶର୍ମାଙ୍କୁ ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ଓ ୫ ଜଣଙ୍କୁ ହତ୍ୟା ପାଇଁ ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରିବାର ଦିନକ ପରେ ଶ୍ରୀ କୁମାର ଆଜି କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଆଜି ସକାଳେ ସଜ୍ଜନ ଶର୍ମା କନ୍ନଟ ପ୍ଲେସ୍‌ରେ ଥିବା ପ୍ରସିଦ୍ଧ ହନୁମାନ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥିବା ବେଳେ ତାଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ମାତ୍ର ଶ୍ରୀ କୁୁକାର ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେଠାରୁ ଚାଲିିଯାଇଥିଲେ।
ସୂଚନା ଯୋଗ୍ୟ ଯେ କୋଟଁ ତାଙ୍କ ୨୦୩ ପୃଷ୍ଠା ସମ୍ବଳିତ ରାୟରେ ସଜ୍ଜନ ଶର୍ମାଙ୍କୁ ଦୋଷୀ ବୋଲି ଅଭିହିତ କରି ମୃତ୍ୟୁପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଏହି ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତମାନଙ୍କୁ ରାଜନୈତିକ ସୁରକ୍ଷା ଯୋଗାଇ ଦିଆଯାଇଥିିବା କୋର୍ଟ ତାଙ୍କ ରାୟରେ କହିଥିଲେ।

By amfnews

Related Post