Thu. May 14th, 2026

କୋଭିଡ୍‌ ଟିକା ‘କୋଭାସିଲ୍‌ଡ୍‌’ର ଜରୁରୀକାଳୀନ ବ୍ୟବହାର ଲାଗି ଭାରତ ସରକାରଙ୍କ ମଞ୍ଜୁରି ଲୋଡ଼ିଲା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

335 Views

ନୂଆଦିଲ୍ଲୀ: ଦେଶରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଔଷଧ ନିର୍ମାତା ‘ଆଷ୍ଟ୍ରାଜେନିକା’ଦ୍ୱାରା ବିକଶିତ କରୋନାଭାଇରସ୍‌ ଟିକା ‘କୋଭାସିଲ୍‌ଡ୍‌’ର ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ମଞ୍ଜୁରି ପାଇଁ ଭାରତ ସରକାରଙ୍କୁ ଆବେଦନ କରିଥିବା ଜଣାପଡ଼ିଛି।

ଏହାପୂର୍ବରୁ, ଭାରତରେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆ’ରେ ଅନୁମୋଦନ କରାଯାଇଥିଲା। ଇଂଲଣ୍ଡ୍‌ ଏବଂ ବାହାରିନ୍‌ରେ ‘ଫାଇଜର୍‌’ ପ୍ରସ୍ତୁତ ଟିକାର ବ୍ୟବହାର ପାଇଁ ମଞ୍ଜୁରି ମିଳି ସାରିଛି।

Image Courtesy of Zee News

‘କୋଭାସିଲ୍‌ଡ୍‌’ ନିରାପଦ ହୋଇଥିବାରୁ କୋଭିଡ୍‌-୧୯ ପ୍ରତିରୋଧ ନିମନ୍ତେ ଏହାକୁ ବ୍ୟବହାର କରିହେବ ବୋଲି ଆବେଦନ ପତ୍ରରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଉଲ୍ଲେଖ କରିଥିବା କୁହାଯାଉଛି।

ସମ୍ପ୍ରତି ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ଙ୍କ ସହ-ପ୍ରାୟୋଜନରେ ଦେଶ କେତେକ ଅଞ୍ଚଳରେ ‘କୋଭାସିଲ୍‌ଡ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଇଂଲଣ୍ଡ୍‌ ଏବଂ ବ୍ରାଜିଲ୍‌ରେ ମଧ୍ୟ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଏହି ଟିକାର ନୈଦାନିକ ଅଧ୍ୟୟନ ଚଳାଇଛନ୍ତି।

ସେହିଭଳି, ରାଜ୍ୟରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଅଧିକ ହେଉଥିବାରୁ ଅଗ୍ରାଧିକାରଭିତ୍ତିରେ ଭାରତରେ ଟିକା ମିଳୁ ବୋଲି ପଞ୍ଜାବର କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ସରକାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

By amfnews

Related Post